ସିଆରପିଏଫରେ ପ୍ରଥମ ଥର ପାଇଁ ଦୁଇ ମହିଳାଙ୍କୁ ମିଳିଲା ଆଇଜି ପାହ୍ୟା

Advertisment
ସିଆରପିଏଫରେ ପ୍ରଥମ ଥର ପାଇଁ ଦୁଇ ମହିଳାଙ୍କୁ ମିଳିଲା ଆଇଜି ପାହ୍ୟା

ନୂଆଦିଲ୍ଲୀ : ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ପ୍ରଥମ ଥର ପାଇଁ ଦୁଇ ଜଣ ମହିଳା ଅଧିକାରୀଙ୍କୁ ଇନ୍ସପେକ୍ଟର ଜେନେରାଲ (ଆଇଜି) ପଦବୀକୁ ପଦୋନ୍ନତି ଦିଆଯାଇଛି । ଜଣେ ଆଇଜି ସିଆରପିଏଫର ଏକ କ୍ଷେତ୍ର ବା ସେକ୍ଟରର ମୁଖ୍ୟ ଥାଆନ୍ତି ।

ସିଆରପିଏଫ ମୁଖ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ଆନି ଆବ୍ରାହମଙ୍କୁ ରାପିଡ ଆକ୍ସନ ଫୋର୍ସ (ଆରଏଏଫ)ର ଆଇଜି ଭାବରେ ନିଯୁକ୍ତ କରାଯାଇଥିବାବେଳେ ସୀମା ଧୁଣ୍ଡିଆଙ୍କୁ ବିହାର ସେକ୍ଟରର ଆଇଜି ଭାବରେ ନିଯୁକ୍ତ କରାଯାଇଛି । ଉଭୟ ଅଧିକାରୀ ୧୯୮୭ ରେ ସିଆରପିଏଫରେ ଯୋଗ ଦେଇଥିଲେ ।  ଜଣେ ମହିଳା ସର୍ବପ୍ରଥମ ଥର ପାଇଁ ରାପିଡ୍ ଆକ୍ସନ ଫୋର୍ସର ଆଇଜି ନିଯୁକ୍ତ ହୋଇଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା, ହିଂସାତ୍ମକ ଆନ୍ଦୋଳନ, ସମ୍ବେଦନଶୀଳ ସ୍ଥାନରେ ଆଇନ ଶୃଙ୍ଖଳା  ରକ୍ଷା ପାଇଁ ଆରଏଏଫକୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କରାଯାଇଛି । ଦେଶରେ ଆରଏଏଫର ମୋଟ ୧୫ଟି ବାଟାଲିୟନ ଅଛି । ଭିଡ଼ ପରିଚାଳନା ଏବଂ ଭିଆଇପି ପରିଦର୍ଶନ ସମୟରେ ରାଜ୍ୟ ପୋଲିସ ବାହିନୀକୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଇଥାଏ ।

୧୯୮୬ ରେ ଯୁଦ୍ଧରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବାରେ ସିଆରପିଏଫ ପ୍ରଥମ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ) ଥିଲା । ବର୍ତ୍ତମାନ ଏଥିରେ ୬ଟି ବାଟାଲିୟନ ଅଛି ଯେଉଁଥିରେ ମହିଳା କନଷ୍ଟେବଳମାନେ ୬,୦୦୦ରୁ ଅଧିକ ପଦବୀ ପୂରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe