ପ୍ରଥମ ଥର ପାଇଁ ଲୋକସଭା କର୍ମଚାରୀ ପାଇବେ ୟୁନିଫର୍ମ ବାବଦ ବାର୍ଷିକ ଭତ୍ତା

Advertisment
ସଂସଦରେ ଓଡ଼ିଶା ତାତି

Image Courtesy of Hindustan Times

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ର ନିମ୍ନ ସଦନ ବା ଲୋକସଭାର କର୍ମଚାରୀମାନଙ୍କୁ ୟୁନିଫର୍ମ ବାବଦରେ ବାର୍ଷିକ ଭତ୍ତା ମିଳିବ ଶୁକ୍ରବାର ଦିନ ବିଶେଷସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ୟୁନିଫର୍ମ ନିମନ୍ତେ ସେମାନେ ଦୁଇ ବର୍ଷକୁ ଥରେ କଟ୍‌ପିସ୍‌ କପଡ଼ା ପାଉଥିଲେ। ଲୋକସଭା ଦ୍ବାରା ତାଲିକାଭୁକ୍ତ ହୋଇଥିବା ଦିଲ୍ଲୀର ଚାରି ପାଞ୍ଚଜଣ ଦରଜୀଙ୍କ ପାଖରେ କର୍ମଚାରୀମାନେ ସେହି କପଡ଼ାରେ ପୋଷାକ ସିଲାଇ କରୁଥିଲେ। ଚାକିରି ଓ ପାହ୍ୟାକୁ ଆଧାର କରି ୟୁନିଫର୍ମ ଲାଗି ପ୍ରତିବର୍ଷ ମହିଳା କର୍ମଚାରୀଙ୍କୁ ୧୭, ୦୦୦ ପର୍ଯ୍ୟନ୍ତ ଟଙ୍କା ଏବଂ ପୁରୁଷ କର୍ମଚାରୀଙ୍କ ପାଇଁ ୧୬, ୦୦୦ ପର୍ଯ୍ୟନ୍ତ ଟଙ୍କା ପାଇବେ।

ରିପୋର୍ଟିଙ୍ଗ୍, ଟେବୁଲ୍ ଅଫିସ୍‌ ଏବଂ ସିକ୍ୟୁରିଟି ସମେତ ପାର୍ଲାମେଣ୍ଟ୍‌ ସଚିବାଳୟର ପାଞ୍ଚଟି ପ୍ରମୁଖ ଶାଖାର କର୍ମଚାରୀମାନେ ଏହି ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏମାନେ ସାଂସଦ ଏବଂ ଅନ୍ୟ ପରିଦର୍ଶକମାନଙ୍କ ସେବାରେ ନିୟୋଜିତ ଥାଆନ୍ତି। ଭତ୍ତା ପ୍ରଚଳନ ‌ଦ୍ବାରା ଏହି କର୍ମଚାରୀମାନେ ଦୁଇ ବର୍ଷରେ ଥରେ ୟୁନିଫର୍ମ ପାଇବା ପରିବର୍ତ୍ତେ ଇଚ୍ଛା ମୁତାବକ‌ ବର୍ଷର ଯେକୌଣସି ସମୟରେ ତାହା ଖରିଦ କରିପାରିବେ। କିନ୍ତୁ, ୟୁନିଫର୍ମର ରଙ୍ଗ ଓ ମାନ ବଜାୟ ରଖାଯିବା ଉଚିତ।

ମହିଳା କର୍ମଚାରୀଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ରଙ୍ଗର ଶାଢ଼ି ରହିଛି। କିନ୍ତୁ, ପୁରୁଷ କର୍ମଚାରୀଙ୍କ ନିମନ୍ତେ ରହିଛି ନୀଳ, ହାଲୁକା ବାଦାମୀ, ପ୍ରୁସିଆନ୍‌ ନୀଳ, କଳା ରଙ୍ଗର ସଫାରି ସୁଟ୍। ଶୀତଦିନେ ଉଭୟ ପୁରୁଷ ଓ ମହିଳା କର୍ମଚାରୀମାନେ ବ୍ଲେଜର୍ ଓ ବୋତାମ ଦିଆ କୋଟ୍‌ ପିନ୍ଧିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe