ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ମାଲିସ୍‌ ସେବା, ଜଣକ ଗୋଡ଼ ମାଲିସ୍‌ ପାଇଁ ୧୦୦ ଟଙ୍କା

Advertisment
ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ମାଲିସ୍‌ ସେବା, ଜଣକ ଗୋଡ଼ ମାଲିସ୍‌ ପାଇଁ ୧୦୦ ଟଙ୍କା

News24

ନୂଆଦିଲ୍ଲୀ: ଭାରତୀୟ ରେଳ ପକ୍ଷରୁ ଏଣିକି ଯାତ୍ରୀମାନଙ୍କୁ ଚଳନ୍ତା ଟ୍ରେନ୍‌ରେ ମାଲିସ୍‌ ସେବା(ମସାଜ୍‌ ସର୍ଭିସ) ପ୍ରଦାନ କରାଯିବ ବୋଲି ପ୍ରଥମ କରି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି। ଏହି ସେବା ଇନ୍ଦୋରରୁ ଯାଉଥିବ ୩୯ଟି ଟ୍ରେନ୍‌ରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ପାଦ ମାଲିସ୍‌ ପାଇଁ ଜଣକ ପିଛା ୧୦୦ ଟଙ୍କା ଦର ନିର୍ଦ୍ଧାରଣ ହୋଇଛି। ଯାତ୍ରୀମାନଙ୍କୁ ମାଲିସ୍‌ ସେବା ଦେବା ପାଇଁ ପ୍ରତ୍ୟେକ ଟ୍ରେନ୍‌ରେ ୩ ରୁ ୫ଜଣ ମାଲିସକାରୀ  ଉପସ୍ଥିତ ରହିବେ।

ଏହି ପ୍ରସ୍ତାବଟି ପ୍ରଥମେ ନ୍ୟିୟୁ ଇନୋଭେଟିଭ ନନ୍‌ ଫେୟାର୍‌ ରେଭିନ୍ୟୁ ଆଇଡିଆଜ ସ୍କିମ୍‌ ଅଧୀନସ୍ଥ ପଶ୍ଚିମ ରେଳତଟ ଜୋନ୍‌ର ରତଲମ ଡିଭିଜନ ପକ୍ଷରୁ ହୋଇଥିଲା।

publive-image pihgeneva.com

ଏହି ମାଲିସ୍‌ ସେବା ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଉପଲବ୍ଧ ହେବ ନାହିଁ। ପରବର୍ତ୍ତୀ ୧୫ରୁ ୨୦ ଦିନ ଭିତରେ ଏହି ସେବା କାର୍ଯ୍ୟକାରୀ ହେବ ବୋଲି ସୂଚନା ରହିଛି।

ମାଲିସ୍‌ ସେବା ଯୋଗାଇ ଦିଆଯିବା ପାଇଁ ସ୍ଥିର କରାଯାଇଥିବା ୩୯ ଟ୍ରେନ୍‌ ମଧ୍ୟରେ ମାଲଓ୍ଵା ଏକ୍ସପ୍ରେସ୍‌, ହମ୍‌ସଫର ଏକ୍ସପ୍ରେସ୍‌, ମହାମାନ ଏକ୍ସପ୍ରେସ ଏବଂ ସିପ୍ରା ଏକ୍ସପ୍ରେସ୍‌ ଆଦି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe