ପ୍ରଥମ ଥର ଲାଗି ‘ଗଗନ ଶକ୍ତି’ରେ ଭାଗ ନେଲା ତେଜସ୍‌

ପ୍ରଥମ ଥର ଲାଗି ‘ଗଗନ ଶକ୍ତି’ରେ ଭାଗ ନେଲା ତେଜସ୍‌

ଜୟସାଲେମର୍‌: ଭାରତୀୟ ବାୟୁସେନାର ସମରାଭ୍ୟାସ ‘ଗଗନ ଶକ୍ତି’ ନିଜର ପୂର୍ଣ୍ଣ ସାମର୍ଥ୍ୟ ଦେଶବ୍ୟାପୀ ଥିବା ସମସ୍ତ ଆଡ୍ଡାରେ ପ୍ରଦର୍ଶନ କରୁଛି। ପୋଖରାନସ୍ଥିତ ଫାଇରିଙ୍ଗ୍‌ ରେଞ୍ଜ୍‌ରେ ଦିବାରାତ୍ର ବୋମା ନିକ୍ଷେପ ଚାଲିଛି।

publive-image

ନିକଟରେ ବାୟୁସେନାରେ ସାମିଲ ହୋଇଥିବା ହାଲୁକା ଲଢୁଆ ବିମାନ ତେଜସ୍‌ ଏଥିରେ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରିଛି।

ଜଣେ ବାୟୁସେନା ଅଧିକାରୀ କହିଛନ୍ତି: ଇତିମଧ୍ୟରେ ତେଜସ୍‌ ପ୍ରଥମ କରି ସମରାଭ୍ୟାସରେ ଅଂଶ ଗ୍ରହଣ କରିଛି। ଫର୍‌ଓ୍ଵାର୍ଡ ବେସ୍‌ରେ ସ୍ୱଦେଶୀ ଲଢୁଆ ବିମାନ ଅଂଶ ଗ୍ରହଣ କରୁଥିବାରୁ ଏହି ସମରାଭ୍ୟାସ ମଧ୍ୟ ଏଲ୍‌ସିଏ। ସମରାଭ୍ୟାସର ପ୍ରଥମ ପର୍ଯ୍ୟାୟରେ ମୁତୟନ ହୋଇଥିବା ଏଲ୍‌ସିଏ ବିମାନ ଅଂଶଗ୍ରହଣ କରିଥିଲେ। ଏହି ପ୍ଲାଟ୍‌ଫର୍ମ ସବୁର ଆଭିଯାନିକ ଦକ୍ଷତା ଏବଂ ଅଭିଯାନର ଗୁରୁତ୍ୱ ମଧ୍ୟ ବାସ୍ତବ ଯୁଦ୍ଧ ପରିସ୍ଥିତିବେଳେ କିଭଳି ରହିବ ତାହା ପରୀକ୍ଷା କରାଯାଉଛି।

ଭାରତୀୟ ବାୟୁସେନା ସର୍ବଦା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରତିରକ୍ଷା ଉତ୍ପାଦନ ସାମର୍ଥ୍ୟର ବିକାଶକୁ ଉତ୍ସାହ ଦେଇ ଆସୁଛି। ଅତୀତରେ ମଧ୍ୟ ବାୟୁସେନା ଏ ଭଳି ପ୍ରୋତ୍ସାହ ଦେଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe