ତିରୁବନନ୍ତପୁରମ: ଥାର୍ଡ ଡିଗ୍ରି ନିର୍ଯାତନା ଦିଆଯାଇ ଜଣେ କବାଡ଼ି ଡିଲର୍ଙ୍କୁ ହତ୍ୟା କରିଥିବା କାରଣରୁ ଦୁଇ ଜଣ କେରଳୀ ପୁଲିସଙ୍କୁ ବୁଧବାର ଦିନ ମୃତ୍ୟୁ ଦଣ୍ଡାଦେଶ ସିବିଆଇ ଅଦାଲତ ମୃତ୍ୟୁଦଣ୍ଡ ଦେଇଛି। ହାଜତ ମୃତ୍ୟୁ ପାଇଁ ପୁଲିସକୁ ଦାୟୀ କରି ମୃତ୍ୟୁଦଣ୍ଡ ଦେବାରେ ଏହା ସମ୍ଭବତଃ ଦେଶର ପ୍ରଥମ ମାମଲା।
କବାଡ଼ିଆ ଡିଲର୍ ୨୮ ବର୍ଷିୟ ଉଦୟ କୁମାରଙ୍କୁ ଏକ ଚୋରି ମାମଲାରେ ସେପ୍ଟେମ୍ବର ୨୦୦୫ରେ ଉଠାଇ ଅଣାଯାଇଥିଲା, କିନ୍ତୁ ସେ ନିର୍ଦୋଷ ଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। ପରେ ତାଙ୍କ ଉପରେ ଥିବା ୪ ହଜାର ଟଙ୍କା ଫେରାଇ ଦେବାକୁ ଦାବି କରିବାରୁ ଦୁଇ ପୁଲିସ ତାଙ୍କୁ ତିରୁବନନ୍ତପୁରମର ଫୋର୍ଟ ଥାନାକୁ ନେଇ ନିର୍ଯାତନା ଦେଇଥିଲେ।
ସହକାରୀ ସବ୍-ଇନ୍ସ୍ପେକ୍ଟର୍ ଜେ ଜିତାକୁମାର ଏବଂ ସିଭିଲ୍ ଅଫିସର୍ ଏସ୍ ଭି ଶ୍ରୀକୁମାରଙ୍କ ମୃତ୍ୟୁ ଦଣ୍ଡ ଦେଇ ବିଚାରପତି ଜେ ନାଜେର୍ ରାୟ ଶୁଣାଇ କହିଲେ, ଅଭିଯୁକ୍ତ ଦ୍ୱୟ ଗୋଟାଏ ପାଶବିକ ଏବଂ ନିଷ୍ଠୁର ନରହତ୍ୟା ଘଟାଇଛନ୍ତି। ଦୁଇ ଦୋଷୀ ସାବ୍ୟସ୍ତଙ୍କ କାର୍ଯ୍ୟ ପୁଲିସ ବିଭାଗ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଯଦି ପୁଲିସ ପ୍ରତିଷ୍ଠାନ ଉପରୁ ଲୋକଙ୍କ ବିଶ୍ୱାସ ତୁଟି ଯାଏ ତାହା ସମାଜରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜାଇ ବିପଜ୍ଜନକ ଅବସ୍ଥା ସୃଷ୍ଟି କରିବ।
୨୦୦୫ ସେପ୍ଟେମ୍ବର ୨୭ ତାରିଖ ଦିନ ଘଟିଥିବା ଅପରାଧ ସମୟରେ ଦୁଇ ପୁଲିସ ଫୋର୍ଟ ଥାନାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ। ଉଭୟଙ୍କ ଉପରେ ଅଦାଲତ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲାଗୁ କରିଛି।
Follow Us