Image Courtesy of The Hawk
ଡେରାଡୁନ୍: ଦେଶରେ ପ୍ରଥମକରି ଉତ୍ତରାଖଣ୍ଡ ବନ ବିଭାଗ ନିର୍ମାଣ କରିଛି ‘ସବୁଜ ରାମାୟଣ ପାର୍କ’। ଏଥିରେ ରହିଛି ବାଲ୍ମିକୀ ରାମାୟଣରେ ବର୍ଣ୍ଣିତ ବିଭିନ୍ନ ପ୍ରଜାତିର ଗଛଲତା ଯାହ ଭାରତର ଛଅ ପ୍ରକାର ପ୍ରମୁଖ ଅରଣ୍ୟରେ ପ୍ରଭୁ ରାମଙ୍କ ସହ ସମ୍ପୃକ୍ତ ଥିଲେ।
ଉତ୍ତରାଖଣ୍ଡର ମୁଖ୍ୟ ବନ ସଂରକ୍ଷକ (ଗବେଷଣା ବିଭାଗ) ସଞ୍ଜୀବ ଚତୁର୍ବେଦୀ କହନ୍ତି, କୁମାୟୁଁର ହଲ୍ଦୱାନି ଅଞ୍ଚଳରେ ଛଅ ମାସରୁ ଊର୍ଦ୍ଧ୍ବ ସମୟରେ ବିକଶିତ ‘ସବୁଜ ରାମାୟଣ ପାର୍କ’ ହେଉଛି ରାମାୟଣକୁ ଭିତ୍ତିକ ଗୋଟିଏ କ୍ଷୁଦ୍ର ଥିମାଟିକ୍ ପ୍ରୋଜେକ୍ଟ୍। ଭାରତର ପ୍ରମୁଖ ଚାରିଟି ଅରଣ୍ୟ ଦେଇ ରାମଙ୍କ ଯାତ୍ରାକାଳୀନ ତରୁଲତା ଏଥିରେ ରହିଛି। ଅନ୍ୟ ଦୁଇଟି ଅରଣ୍ୟରେ ସୀତା ଓ ହନୁମାନଙ୍କ ସହ ସମ୍ପୃକ୍ତ ଅରଣ୍ୟର ବୃକ୍ଷଲତା ରହିଛି।
Image Courtesy of Hindustan Timesରାମାୟଣ ସମ୍ବନ୍ଧୀୟ ସାହିତ୍ୟ ଓ ଧାର୍ମିକ ଗ୍ରନ୍ଥରୁ ଏହି ସବୁ ବୃକ୍ଷଲତାର ନାଁ ସଂଗ୍ରହ କରାଯାଇଛି। ଏହି ସବୁ ଗ୍ରନ୍ଥରେ ସମୁଦାୟ ୧୩୯ ପ୍ରକାର ବୃକ୍ଷଲତାର ନାମ ରହିଛି। ଏ ପର୍ଯ୍ୟନ୍ତ ବନ ବିଭାଗ ଏହାର ୯୦% ବୃକ୍ଷଲତା ଚିହ୍ନଟ କରି ସବୁଜ ରାମାୟଣ ପାର୍କରେ ଲଗାଇଛି।
Follow Us