କୃଷି ଆଇନରେ ମୋଦୀଙ୍କ ୟୁ-ଟର୍ନ ବିରୋଧୀଙ୍କୁ ଏକଜୁଟ ପାଇଁ ସୁଯୋଗ ଦେଇଛି

Advertisment
କୃଷି ଆଇନରେ ମୋଦୀଙ୍କ ୟୁ-ଟର୍ନ ବିରୋଧୀଙ୍କୁ ଏକଜୁଟ ପାଇଁ ସୁଯୋଗ ଦେଇଛି

Image Courtesy of DT Next

ନୂଆଦିଲ୍ଲୀ : ପ୍ରବଳ ବିରୋଧ ଏବଂ ଦୀର୍ଘ ଦିନର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ‌ରେ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଲେ। ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ଏହା ସବୁଠାରୁ ବଡ଼ ୟୁ-ଟର୍ନ। ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ମୋଦୀଙ୍କର ଏହି ୟୁ-ଟର୍ନ ବିରୋଧୀ ଏକଜୁଟ ହେବାପାଇଁ ଆଉ ଏକ ସୁଯୋଗ ଆଣିଦେଇଛି। ମୋଦୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବାପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ତୁରନ୍ତ ଜବାବ ଦେଇ କହିଥିଲେ, ଦେଶର ଅନ୍ନଦାତାମାନେ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ଅହଙ୍କାର ଭାଙ୍ଗି ଦେଇଛନ୍ତି। ସମାଜବାଦୀ ପାର୍ଟି ମଧ୍ୟ କୃଷକଙ୍କ ବିଜୟକୁ ନେଇ ମତ ରଖିଥିଲା। ସବୁ ବିରୋଧୀ ଦଳ ନେତାମାନେ ସମାନ ମତ ରଖିଛନ୍ତି। ନିର୍ବାଚନ ଭୟରେ ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଅଧିକାଂଶ ବିରୋଧୀ ଦଳ ନେତା କହିଛନ୍ତି।

କିନ୍ତୁ କୌଣସି ବିରୋଧୀ ଦଳ ବି ଏକଜୁଟ୍‌ ହୋଇ ବିଜେପି ବିରୋଧରେ ଲଢ଼ିବା ଦେଖିବାକୁ ମିଳୁନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତମାସ‌ରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଥିଲେ। କଂଗ୍ରେସ ରାଜନୀତିକୁ ଆଦୌ ଗୁରୁତ୍ବର ସହ ନେଉନାହିଁ ବୋଲି ମମତା କହିଥିଲେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆର୍‌ଜେଡି ଏବଂ କଂଗ୍ରେସ ଗତ ମାସ‌ରେ ଏକ ‌ମେଣ୍ଟ କରି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଥିଲେ। କେବଳ ବିଜେପିକୁ ହରାଇବାପାଇଁ ଆରଜେଡି ଏବଂ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିଲେ। ଏହାପରେ ଲାଲୁ କହିଥିଲେ, ଏବେ ବିଜେପିକୁ ହରାଇବାପାଇଁ ସବୁ ବିରୋଧୀ ଦଳ ଏକଜୁଟ ହେବାର ସମୟ ଆସିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଲଖିମପୁର ଖେରି ହିଂସା ଘଟଣାକୁ ବିରୋଧ କରି ପ୍ରିୟଙ୍କା ଗାନ୍ଧି ପ୍ରଥମେ ଲଖିମପୁରରେ ପହଞ୍ଚିଥିଲେ। ପରେ ଅନ୍ୟ ନେତାମାନେ ପହଞ୍ଚିଥିଲେ। ଉକ୍ତ ଘଟଣାକୁ ବିରୋଧ କରି ସବୁ ଦଳ ପକ୍ଷରୁ ପୃଥକ୍‌ ରୢାଲି କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ବିରୋଧୀ ମାନେ ଏକଜୁଟ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe