ରୋଚକ ମୋଡ଼ରେ ରାଜସ୍ଥାନ ରାଜନୀତି, ବିଦା ହେଲେ ପାଇଲଟ୍

Advertisment

ଉପମୁଖ୍ୟମନ୍ତ୍ରୀ, ରାଜ୍ୟ କଂଗ୍ରେସ ସଭାପତି ପଦରୁ ହଟାଗଲା

ଉପମୁଖ୍ୟମନ୍ତ୍ରୀ, ରାଜ୍ୟ କଂଗ୍ରେସ ସଭାପତି ପଦରୁ ହଟାଗଲା

ଲାଞ୍ଚ ଅଭିଯୋଗ ଶୁଣି ମୁଁ ଦୁଃଖିତ, କିନ୍ତୁ ଆଶ୍ଚର୍ଯ୍ୟାନ୍ଵିତ ନୁହେଁ : ପାଇଲଟ 

India Today

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଆଜି ଆହୁରି ଜଟିଳ ରୂପ ନେଇଛି। ନିଜ ଦଳର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ଆଜି କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି। ଏହା ସହିତ ରାଜ୍ୟ କଂଗ୍ରେସ ସଭାପତି ପଦରୁ ମଧ୍ୟ ପାଇଲଟଙ୍କୁ ବିଦା ହେବାକୁ ପଡ଼ିଛି। ପାଇଲଟ୍‌ଙ୍କ ସହ ଘନିଷ୍ଠ ଦୁଇ ଜଣ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂହ ଏବଂ ରମେଶ ମୀନାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପାଇଲଟଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଥିଲା। କିନ୍ତୁ ପାଇଲଟ୍‌ ଦଳୀୟ ନେତାଙ୍କ କୌଣସି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ଫଳରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କ୍ଷମତାସୀନ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପ୍ରତି ଅଧିକାଂଶ ବିଧାୟକ ଆସ୍ଥା ହରାଇଛନ୍ତି ବୋଲି ବିଜେପି ଏବଂ ପାଇଲଟ୍ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ତେଣୁ ଗେହଲଟ୍ ତୁରନ୍ତ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ‌େସମାନେ ଦାବି କରିଛନ୍ତି। କିନ୍ତୁ ଗେହଲଟ୍ ଦାବି କରିଛନ୍ତି ଯେ ତାଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ। ତେବେ ଆଜି ଏସଂପର୍କରେ କ୍ୟାବିନେଟ ବୈଠକ ଡାକି ମୁଖ୍ୟମନ୍ତ୍ରୀ ବିଚାର ଆଲୋଚନା କରିଥିବା ଜଣାପଡ଼ିଛି।

ଏହାପୂର୍ବରୁ ‌ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ଗେହଲଟ୍। ପରେ ସେ କହିଥିଲେ ‌ଯେ ତାଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ। ତାଙ୍କ ସରକାରକୁ ଭାଙ୍ଗିବା ଲାଗି ବିଜେପି ଚକ୍ରାନ୍ତ ଚଳାଇଛି। ବିଜେପି କଥାରେ ପଡ଼ି ସଚିନ ପାଇଲଟ୍ ମଧ୍ୟ ଷଡ଼ଯନ୍ତ୍ର ଚଳାଇଥିଲେ ବୋଲି ସେ କହିଥିଲେ। ଇତିମଧ୍ୟରେ ସଚିନ ପାଇଲଟ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ‘ସତ୍ୟକୁ ଚପାଇ ଦିଆଯାଇପାରେ, କିନ୍ତୁ ଏହା ପରାସ୍ତ ‌ହୁଏନାହିଁ।’ ଏସଂପର୍କରେ ସେ ଅଧିକ କିଛି କହି ନାହାନ୍ତି। ତାଙ୍କ ସମର୍ଥକମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ସେମାନଙ୍କ ଗୋଷ୍ଠୀ ବି‌େଜପିରେ ଯୋଗ ‌େଦବାର ପ୍ରଶ୍ନ ଉଠୁନାହିଁ। ତେବେ ପରବର୍ତୀ ରଣନୀତି ସଂପର୍କରେ ସେମାନଙ୍କର ବିଚାରବିମର୍ଶ ଜାରି ରହିଛି। ସେମାନେ ଦାବି କରିଛନ୍ତି ‌େଯ ପାଇଲଟଙ୍କ ଶିବିରରେ ୧୬ ଜଣ ବିଧାୟକ ଅଛନ୍ତି। ଏହାର ପ୍ରମାଣ ଦେବାକୁ ଯାଇ ସେମାନେ ଭିଡିଓ ଜାରି କରିଛନ୍ତି। ରାଜସ୍ଥାନ ଘଟଣାବଳୀକୁ ନେଇ ଅନେକ କଂଗ୍ରେସ ନେତା‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟ‌େରେ ଅଛନ୍ତି ଶଶୀ ଥରୁର, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏବଂ ପୂର୍ବତନ ସାଂସଦ ପ୍ରିୟା ଦତ୍ତ। ଏହାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଚୌଧୁରୀ କହିଛନ୍ତି ଯେ ‌େଯଉଁମାନେ କଂଗ୍ରେସ ପ୍ରତି ଆସ୍ଥା ପ୍ରକଟ କରିଥିଲେ ସେମାନଙ୍କ ପାଇଁ ଏହା ଝଟକା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe