The Indian Express
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ୮ ମାସ ଧରି ଜଣେ ୧୩ ବର୍ଷୀୟା ନାବାଳିକାକୁ ୮୦ ଜଣ ଲୋକ ଦୁଷ୍କର୍ମ କରିଛନ୍ତି। ନାବାଳିକାକୁ ଗୁଣ୍ଟୁରରୁ ପୁଲିସ ଉଦ୍ଧାର କରିଛି। ଏପରିକି ଗତ ୮ ମାସ ମଧ୍ୟରେ ତାକୁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଏକାଧିକ ବେଶ୍ୟାଳୟକୁ ନିଆଯାଇ ଏହି ବୃତ୍ତିରେ ନିୟୋଜିତ କରାଯାଇଛି। ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୮୦ ଜଣଙ୍କୁ ଗିରଫ କରିବା ସହିତ ରାକେଟର ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି। ମଙ୍ଗଳବାର ଜଣେ ବିଟେକ୍ ଛାତ୍ର ସହ ୧୦ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଘଟଣାରୁ ଜଣାପଡ଼ିଛି, ୨୦୨୧ ମସିହା ଜୁନ୍ ମାସରେ ନାବାଳିକାର ମାଆ କୋଭିଡ-୧୯ରେ ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସାୱାରନା କୁମାରୀ ନାମକ ଜଣେ ମହିଳାଙ୍କ ସହ ପୀଡ଼ିତାଙ୍କ ମାଆର ପରିଚୟ ହୋଇଥିଲା।
ଅଗଷ୍ଟ ମାସରେ ମା’ଙ୍କ ମୃତ୍ୟୁ ପରେ ପୀଡ଼ିତାଙ୍କୁ ସାୱାରନା ସାଙ୍ଗରେ ନେଇ ଯାଇଥିଲା। ଏକଥା ପୀଡିତାଙ୍କ ବାପା ଜାଣି ନଥିଲେ। ଝିଅକୁ ବହୁ ଖୋଜାଖୋଜି କରି ନ ପାଇବାରୁ ସେ ପୁଲିସରେ ଅଭିଯୋଗ କରିଥିଲେ। ୨୦୨୧ ଅଗଷ୍ଟ ମାସରେ ଦାଖଲ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଜାନୁଆରି ମାସରେ ଗୁଣ୍ଟୁର ୱେଷ୍ଟ୍ ଜୋନ୍ ପୁଲିସ୍ ଏହି ଘଟଣାରେ ପ୍ରଥମ ଗିରଫ ଆରମ୍ଭ କରିଥିଲା। ଅତିରିକ୍ତ ପୁଲିସ ଅଧୀକ୍ଷକ କେ ସୁପ୍ରାଜା କହିଛନ୍ତି, ଚିହ୍ନଟ ହୋଇଥିବା ୮୦ ଜଣଙ୍କ ମଧ୍ୟରୁ ଜଣେ ଲଣ୍ଡନରେ ଅଛନ୍ତି। ଅନୁସନ୍ଧାନ ବେଳେ ଗୋଟିଏ କାର୍, ୫୩ଟି ସେଲ୍ ଫୋନ୍, ତିନିଟି ଅଟୋରିକ୍ସା ଏବଂ ମୋଟରସାଇକେଲ ଜବତ କରାଯାଇଛି। ବିଜୟୱାଡା, ହାଇଦ୍ରାବାଦ, କାକିନାଡା ଏବଂ ନେଲୋରରୁ ଏହି ଗିରଫଦାରୀ କରାଯାଇଥିଲା।
Follow Us