ବେଙ୍ଗାଲୁରୁରେ ୧୪ରୁ ୨୨ ଯାଏଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

Advertisment
ପୁଣି ଥରେ ଲକଡାଉନ ହେଲେ ଅର୍ଥନୀତି ଭୁଷୁଡ଼ିପଡ଼ିବ, ରାଜ୍ୟ ସରକାରଙ୍କୁ ସତର୍କ କରାଇଲା ଫିକ୍କି

Livemint

ବେଙ୍ଗାଲୁରୁ: ଦେଶର ଆଇଟି ସହର ବେଙ୍ଗାଲୁରୁରେ ଏବେ କୋଭିଡ୍‌ଜନିତ ସଙ୍କଟ ସାଂଘାତିକ ରୂପ ନେଲାରି। ସହରରେ ସଂକ୍ରମଣ ମାମଲା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ସଂକ୍ରମଣର ଚେନ୍‌କୁ ଭାଙ୍ଗିବାପାଇଁ ବେଙ୍ଗାଲୁରୁରେ ଆସନ୍ତା ୧୪ ତାରିଖରୁ ୨୨ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଜୁଲାଇ ୧୪ ସନ୍ଧ୍ୟା ୮ଟାରୁ ୨୨ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଲକ୍‌ଡାଉନ୍‌ ବଳବତ୍ତର ରହିବ। କିନ୍ତୁ ଏହି ସମୟରେ ହସ୍ପିଟାଲ୍‌, ସଉଦା ଦୋକାନ ଏବଂ ପରୀକ୍ଷା ଆଦି ଚାଲିବ। ଏନେଇ ବିସ୍ତୃତ ନିର୍ଦ୍ଦେଶାବଳୀ ସୋମବାର ଜାରି ହେବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏକ ଟ୍ବିଟ୍‌ କରି କହିଛନ୍ତି। ଘରେ ରହି କରୋନା ନିୟନ୍ତ୍ରଣ କରିବାପାଇଁ ସହଯୋଗ କରିବାକୁ ୟେଦୁରପ୍ପା ସହରବାସୀଙ୍କୁ ଅନୁରୋଧ କରିଛନ୍ତି। ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ମିଳିବ।

ବେଙ୍ଗାଲୁରୁରେ ଶନିବାର ୧୫୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୮୬୨କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ମଧ୍ୟ ମୋଟ୍‌ ୨,୭୯୮ ପଜିଟିଭ୍‌ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୩୬ ହଜାର ୨୧୬କୁ ବୃଦ୍ଧି ପାଇଛି। ତେବେ ସଂକ୍ରମଣ ମାମଲାରେ କର୍ଣ୍ଣାଟକ ଉତ୍ତରପ୍ରଦେଶକୁ ଟପି ଏବେ ଦେଶରେ ପଞ୍ଚମ ସ୍ଥାନରେ ରହିଛି। କର୍ଣ୍ଣାଟକରେ ୩୩ ହଜାର ୪୧୮ ସକ୍ରିୟ ମାମଲା ଥିବାବେଳେ ଉତ୍ତରପ୍ରଦେଶରେ ଏହା ୩୨ ହଜାର ୩୬୨ ରହିଛି। କର୍ଣ୍ଣାଟକରେ ଆରୋଗ୍ୟଙ୍କ ସଂଖ୍ୟା ୧୩ ହଜାର ୮୩୬ ରହିଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ତଥା ୨୧ ହଜାର ୧୨୭ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe