ବିଏମଡବ୍ଲୁ ହିଟ୍-ରନ୍ ମାମଲା: ଆସିଲା ଫରେନସିକ୍ ରିପୋର୍ଟ; ମଦ୍ୟପାନ କରିନଥିଲେ ଅଭିଯୁକ୍ତ

Advertisment
ବିଏମଡବ୍ଲୁ ହିଟ୍-ରନ୍ ମାମଲା: ଆସିଲା ଫରେନସିକ୍ ରିପୋର୍ଟ; ମଦ୍ୟପାନ କରିନଥିଲେ ଅଭିଯୁକ୍ତ

The Indian Express

ମୁମ୍ବାଇ: ବିଳାସପୂର୍ଣ୍ଣ ବିଏମଡବ୍ଲୁ ସେଡାନ ଚଳାଇବା ବେଳେ ମୁମ୍ବାଇର ୱର୍ଲିରେ ହୋଇଥିବା ହିଟ୍-ରନ୍ ମାମଲାରେ ୨୩ ବର୍ଷୀୟ ଅଭିଯୁକ୍ତଙ୍କ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭୟଙ୍କର ଦୁର୍ଘଟଣା ସମୟରେ ସେ ଆଦୌ ମଦ୍ୟପାନ କରିନଥିଲେ। ଯଦିଓ ପୂର୍ବରୁ ପୁଲିସ୍‌ ଅଭିଯୋଗ ଆଣିଥିଲା ଯେ ଅଭିଯୁକ୍ତ ମିହିର ଶାହା ଦୁର୍ଘଟଣା ସମୟରେ ମଦ୍ୟପାନ କରିଥିଲେ।

ଜୁଲାଇ ୭ ତାରିଖ ସକାଳେ ମିହିର ଶାହା ଘଟାଇଥିବା ଏହି ଦୁଘର୍ଟଣାରେ ସ୍ୱାମୀ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ଦୁଘର୍ଟଣା ଘଟିବା ପରେ ଏହି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶାହାଙ୍କ ବାପା ଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଦଳର ସଦସ୍ୟ ଥିଲେ। ଯିଏକି ଏବେ ନିଲମ୍ବିତ ହୋଇ ସାରିଛନ୍ତି।

ପୁଲିସ କହିଛି ଯେ ଏହି ଘଟଣାର ପ୍ରାୟ ୫୮ ଘଣ୍ଟା ପରେ ଶାହାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କ ରକ୍ତ ଓ ପରିସ୍ରା ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଗତକାଲି ୱର୍ଲି ପୁଲିସ ଏହି ରିପୋର୍ଟ ଗ୍ରହଣ କରିଥିଲା। ରିପୋର୍ଟରେ ସେ ମଦ୍ୟପାନ କରିନଥିଲେ ବୋଲି ସ୍ପଷ୍ଟ ହୋଇଛି।

ଜୁଲାଇ ୭ ତାରିଖରେ ଶାହା ତାଙ୍କ ବିଏମଡବ୍ଲୁକୁ ୱର୍ଲି ଅଞ୍ଚଳରେ ଏକ ଦୁଇ ଚକିଆ ଯାନ ଉପରେ ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଦୁର୍ଘଟଣାରେ ସ୍ବାମୀ ବଞ୍ଚି ଯାଇଥିବା ବେଳେ ସ୍ତ୍ରୀଙ୍କ ଜୀବନ ଚାଲି ଯାଇଥିଲା। ଦୁର୍ଘଟଣା ଘଟାଇ ଅଭିଯୁକ୍ତ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe