ଦ୍ୱିତୀୟ ଲହର ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଥିବା ଖବର ଠିକ ନୁହେଁ ବୋଲି କହିଲେ ଆଇସିଏମଆର ଡିଜି

Advertisment

ଦ୍ବିତୀୟ ଲହରରେ ମଧ୍ୟ ୭୦ ପ୍ରତିଶତ ଆକ୍ରାନ୍ତଙ୍କ ବୟସ ୪୦ ବର୍ଷରୁ ଊର୍ଦ୍ଧ୍ବ

ଦ୍ବିତୀୟ ଲହରରେ ମଧ୍ୟ ୭୦ ପ୍ରତିଶତ ଆକ୍ରାନ୍ତଙ୍କ ବୟସ ୪୦ ବର୍ଷରୁ ଊର୍ଦ୍ଧ୍ବ

ଦ୍ୱିତୀୟ ଲହର ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଥିବା ଖବର ଠିକ ନୁହେଁ ବୋଲି କହିଲେ ଆଇସିଏମଆର ଡିଜି

ThePrint

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଏହା ଏବେ ସଭିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେଉଁ ବୟସ ବର୍ଗଙ୍କୁ ଅଧିକ କରୋନା ସଂକ୍ରମଣ ହେଉଛି, ଏବଂ କେଉଁମାନଙ୍କ ପ୍ରତି ବିପଦ ରହିଛି, ସେ ନେଇ ସୂଚନା ଦେଇଛନ୍ତି ଇଣ୍ଡିଆନ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଡିଜି ବଳରାମ ଭାଗର୍ବ । ଦେଶରେ ଭେଷଜ ବିଜ୍ଞାନ ସମ୍ପର୍କିତ ସର୍ବୋଚ୍ଚ ଗବେଷଣା ସଂସ୍ଥା ଆଇସିଏମଆରର ମୁଖ୍ୟ ବଳରାମ ଭାଗର୍ବଙ୍କ କହିବା କଥା ହେଲା, କରୋନାର ପ୍ରଥମ ଲହର ସହିତ ପ୍ରାୟ ସମାନ ରହିଛି ଦ୍ୱିତୀୟ ଲହରରେ ସଂକ୍ରମଣ ।

ଏବେ ବି ୪୦ ବର୍ଷରୁ ଅଧିକ ବୟସ୍କ ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହେଉଛନ୍ତି  । ଅର୍ଥାତ, କରୋନାର ଦ୍ୱିତୀୟ ଲହର ଯୁବବର୍ଗଙ୍କୁ ଟାର୍ଗେଟ କରୁଥିବା ନେଇ ଯେଉଁ ଆଲୋଚନା ହେଉଥିଲା, ତାକୁ ଖଣ୍ଡନ କରିଛନ୍ତି ଡାକ୍ତର ଭାଗର୍ବ । ସେ କହିଛନ୍ତି ଯେ, ଶୂନରୁ ୧୯ ବର୍ଷ ଯାଏ ୫.୮ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଲହରରେ ଏହା ୪. ୨ ପ୍ରତିଶତ ଥିଲା।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ୨.୭୩ ଲକ୍ଷ ଟପି ଏଯାବତ୍‌ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୭୩,୮୧୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୬୧୯ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୫୦,୬୧,୯୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧,୬୧୯ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୮,୭୬୯ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe