‌ମୋଦୀଙ୍କୁ ଧନ୍ୟ କହି କାର୍‌ ଭିତରେ କାନ୍ଦି ପକାଇଲେ ଗୋଆ ‘ବିଜେପି’ର ବିଶ୍ବଜିତ୍‌ ରାଣେ

‌ମୋଦୀଙ୍କୁ ଧନ୍ୟ କହି କାର୍‌ ଭିତରେ କାନ୍ଦି ପକାଇଲେ ଗୋଆ ‘ବିଜେପି’ର ବିଶ୍ବଜିତ୍‌ ରାଣେ

ପାନାଜି: ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ୭୦୦୦ରୁ ଅଧିକ ଭୋଟ୍‌ରେ ଅଗ୍ରଣୀ ଥିବା ବିଜେପି ନେତା ବାଲ୍‌ପୋଇ ଭୋଟ୍‌ ଗଣନା କେନ୍ଦ୍ର ଛାଡ଼ିବା ବେଳେ ଆନନ୍ଦରେ କାନ୍ଦି ପକାଇଥିଲେ।

ରାଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସମର୍ଥକମାନେ ସ୍ଲୋଗାନ୍‌ ଦେଉଥିବା ବେଳେ କାର୍‌ରେ ବସିଥିବା ରାଣେ କହିଥିଲେ, ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାହାଦୁରୀ। ସେ ଗୋଆ ପାଇଁ ଅନେକ କିଛି କରିଛନ୍ତି। ଏହା ହେଉଛି ତାଙ୍କ ପ୍ରତି ଜନସାଧରଣଙ୍କର ଥିବା ବିଶ୍ବାସ। ଏହା ହେଉଛି ଜନସାଧାରଣ ଓ ବିଜେପି ନେତୃତ୍ବର ବିଜୟ। କଂଗ୍ରେସ ଓ ଅନ୍ୟ ଦଳମାନେ ଲୋକଙ୍କୁ ଖାଲି ଭୁଆଁ ବୁଲାଉଛନ୍ତି।

ରାଣେ ଆହୁରି ମଧ୍ୟ କହିଛନ୍ତି, ସମ୍ପ୍ରତି ଗୋଆରେ କ୍ଷମତାରେ ଥିବା ସରକାର ମହିଳା ସଶକ୍ତିକରଣ ଏବଂ ସଡ଼କ ଭିତ୍ତିଭୂମି ବିକାଶ ସମେତ ବ୍ୟାପକ କ୍ଷେତ୍ରରେ କାର୍ଯ୍ୟ କରିଛି। ଗୋଆରେ ବିଜେପି ପୁନର୍ବାର ସରକାର ଗଠନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

‘ବିଜେପି’ରୁ ତାଙ୍କ ପତ୍ନୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ପୋରିଏମ୍‌ ନିର୍ବାଚନ ମଣ୍ଡଳୀ ଟ୍ରେଣ୍ଡ୍‌ ଚେକ୍‌ କରିଛନ୍ତି କି, ନାହିଁ ବୋଲି ପଚରାଯିବାରୁ ରାଣେ ଉତ୍ତର ଦେଲେ, ନିଜ ନିର୍ବାଚନ ମଣ୍ଡଳୀ ପ୍ରତି ଧ୍ୟାନ ନିବଦ୍ଧ ରଖିଥିବାରୁ ତାହା ସେ ଚେକ୍‌ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe