ଚୀନରେ ପୁଣି କରୋନା, ଲକ୍‌ଡାଉନ୍‌

୮୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ: ଦିନକରେ ୩,୩୦୩ ମୃତ, ମହାରାଷ୍ଟ୍ରର ମୋଟ୍‌ ମୃତ୍ୟୁ ୧.୦୮ ଲକ୍ଷ ଟପିଲା

India TV

ବେଜିଂ: ଚୀନର ଗୁଆଙ୍ଗଡଙ୍ଗ ପ୍ରଦେଶରେ ପୁଣି କରୋନା ସଂକ୍ରିମତ ଚିହ୍ନଟ ହୋଇଛନ୍ତି। ଚୀନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଚୀନର ଦକ୍ଷିଣ‌ରେ ଅବସ୍ଥିତ ଏହି ସହରରେ ହଠାତ୍ କରୋନା ସଂକ୍ରମଣ ଦେଖାଯିବା ଚିନ୍ତାର ବିଷୟ ପାଲଟିଛି। ମେ ୩୦ ତାରିଖରେ ଏହି ପ୍ରଦେଶର ରାଜଧାନୀ ଗୁଆଙ୍ଗଝୁରେ କରୋନା ସଂକ୍ରମଣ ଦେଖାଦେବା ପରେ ସ୍ଥାନୀୟ ପ୍ରଶାସନ ସେଠାରେ ଲକ୍‌ଡାଉନ୍ ଲାଗୁ କରିଛି। ୨୭ଟି ନୂଆ ମାମଲା ମଧ୍ୟରୁ ୨୦ଟି ସ୍ଥାନୀୟ ସଂକ୍ରମଣ ହୋଇଥିବା ବେଳେ ୭ଟି ବାହ୍ୟ ସଂକ୍ରମଣ ବୋଲି କୁହାଯାଉଛି।

ଏଠାରେ ସଂକ୍ରମଣ ଦେଖାଦେବା ଦ୍ବାରା କର୍ତ୍ତୃପକ୍ଷ ରାଜଧାନୀର ଲିୱାନ ଜିଲ୍ଲାର ୫ଟି ଷ୍ଟ୍ରିଟ୍‌ର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଅଣ ଅତ୍ୟାବଶ୍ୟକ କାର୍ଯ୍ୟ ଉପରେ କଟକଣା ଲଗାଇ ଦେଇଛନ୍ତି। ଏଥିସହିତ ବଜାର ଏବଂ ଆମୋଦପ୍ରମୋଦ ସ୍ଥଳକୁ ବନ୍ଦ କରି ଦିଆଯାଇଛି। ଭୂତାଣୁର ଜିନୋମ ସିକ୍ବେନସିଂ କରାଯାଇଛି। ସେଥିରୁ ଜଣାଯାଇଛି ଯେ ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ଭୂତାଣୁର ଷ୍ଟ୍ରେନ୍ କାରଣରୁ ଏହା ବ୍ୟାପିଛି ବୋଲି ଗୁଆଙ୍ଗଝୁ ମ୍ୟୁନିସପାଲ ହେଲ୍‌ଥ କମିସନ୍‌ର ଉପ ନିର୍ଦ୍ଦେଶକ ସେନ୍ ବିନ୍ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୩୦ ତାରିଖରେ ଚିହ୍ନଟ ହୋଇଥିବା ୨୦ଟି ନୂଆ ସ୍ଥାନୀୟ ରୋଗୀଙ୍କ ମଧ୍ୟରୁ ୧୮ ଜଣ ଗୁଆଙ୍ଗଝୁ ସହରରୁ ଏବଂ ଦୁଇଜଣ ଫୋସନ୍ ସିଟିରୁ ବାହାରିଛନ୍ତି। ତେବେ ଗତ ୨୯ ତାରିଖ ଏବଂ ୩୦ ତାରିଖରେ ଚୀନରେ ଯଥାକ୍ରମେ ୨୨ ଜଣ ଏବଂ ୧୯ ଜଣ ଲକ୍ଷଣହୀନ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଲକ୍ଷଣହୀନ ସଂକ୍ରମଣକୁ ଚୀନ ନିଶ୍ଚିତ ମାମଲା ଭାବେ ବିଚାରକୁ ନେଉନାହିଁ। ୩୦ ତାରିଖ ସୁଦ୍ଧା ଚୀନରେ ମୋଟ୍‌ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୯୧୦୯୯ ଦର୍ଶାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୪୬୩୬ରେ ଅପରିବର୍ତ୍ତିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe