ଚୁସ୍‌ହୁଲ୍‌ର ଅପହଞ୍ଚ ଉଚ୍ଚତାରେ ଭାରତୀୟ ଯବାନଙ୍କୁ ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛନ୍ତି ସ୍ଥାନୀୟ ଅଧିବାସୀ

Advertisment
ଚୁସ୍‌ହୁଲ୍‌ର ଅପହଞ୍ଚ ଉଚ୍ଚତାରେ ଭାରତୀୟ ଯବାନଙ୍କୁ ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛନ୍ତି ସ୍ଥାନୀୟ ଅଧିବାସୀ

Image Courtesy of Hindustan Times

ଜମ୍ମୁ: ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଚୁସ୍‌ହୁଲ୍ ଓ ମେରାକ୍‌ ଗାଁର ସ୍ଥାନୀୟ ଅଧିବାସୀମାନେ ଭାରତୀୟ ସେନାକୁ ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବାର ଚିତ୍ର ସାମାଜିକ ଗଣମାଧ୍ୟରେ ବ୍ୟାପକ ପ୍ରସାରିତ ହେଉଛି।

ଫେସ୍‌ବୁକ୍ ପୋଷ୍ଟ୍‌ରେ ଲେହସ୍ଥିତ ‘ଲଦାଖ ଅଟୋନମସ୍ ହିଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କାଉନ୍‌ସିଲ୍‌’ରେ ଶିକ୍ଷାର ଏକ୍ଜିକ୍ୟୁଟିଭ୍ କାଉନ୍‌ସିଲର୍‌ ଥିବା କୋଞ୍ଚୋକ ଷ୍ଟାନ୍‌ଜିନ୍‌ ଏମାନଙ୍କୁ ୟୁନିଫର୍ମ ରହିତ ସ୍ବେଚ୍ଛାସେବୀ ସୈନିକ ବୋଲି କହିଛନ୍ତି। ସେ ଲେଖିଛନ୍ତି, ୟୁନିଫର୍ମ ରହିତ ସୈନିକ: ସୀମାନ୍ତରେ ମୁତୟନ ହୋଇଥିବା ଭାରତୀୟ ସେନାକୁ ସ୍ଥାନୀୟ ଉତ୍ପାଦ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପାଣି ଯୋଗାଇ ଚୁସ୍‌ହୁଲ୍‌ ଓ ମେରାକ୍‌ର ସ୍ବେଚ୍ଛାସେବୀମାନେ ଜାତିର ସେବାରେ ଲାଗିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆବଶ୍ୟକ ପଡ଼ିଛି ସ୍ଥାନୀୟ ଅଧିବାସୀମାନେ ଭାରତୀୟ ସେନାଙ୍କୁ ସବୁବେଳେ ସାହାଯ୍ୟ କରିଛନ୍ତି। ଭିକ୍ଷୁ, ମହିଳା, ଯୁବକ, ଅବସରପ୍ରାପ୍ତ ଯବାନମାନେ ମଧ୍ୟ ସ୍ବେଚ୍ଛାରେ ସେବା ଯୋଗାଉଛନ୍ତି। ମୁଁ କହିବି ଏହି ଲୋକେ/ସୀମାନ୍ତ‌ ଲୋକେ ହେଉଛନ୍ତି ୟୁନିଫର୍ମ ରହିତ ସୈନିକ। ସମସ୍ତ ସ୍ବେଚ୍ଛାସେବୀଙ୍କୁ ଅଭିନନ୍ଦନ, ଆପଣମାନଙ୍କ ପାଇଁ ଆମେ ଗର୍ବିତ।

publive-image Image Courtesy of Aaj Tak

ଲେହର ଅନ୍ୟ ଜଣେ ସ୍ଥାନୀୟ ଅଧିବାସୀ ସେରିଙ୍ଗ୍‌ ଷ୍ଟୋବଦାନ୍‌ ପୋଷ୍ଟ୍‌ କରିଛନ୍ତି, ଚୁସ୍‌ହୁଲ୍‌ ଗାଁର ସ୍ବେଚ୍ଛାସେବୀମାନେ ପାଣି ଓ ଅତ୍ୟାବଶ୍ୟକ ସାମଗ୍ରୀ ବୋହି ନେଇ ବ୍ଲାକ୍‌ ଟପ୍‌ରେ ଥିବା ଭାରତୀୟ ସେନାଙ୍କୁ ଦେଉଛନ୍ତି। ସେମାନଙ୍କୁ ଅଭିବାଦନ। ଜୟ ହିନ୍ଦ୍।

ଲେହ୍‌ର ସ୍ଥାନୀୟ ଅଧିବାସୀ ସ୍ପଲ୍‌ଚନ କହିଛନ୍ତି ଯେ, ଚୁସ୍‌ହୁଲ୍‌ ଓ ମେରାକ୍ ଗାଁର ମହିଳାଙ୍କ ସମେତ ପ୍ରାୟ ୬୦ଜଣ ସ୍ଥାନୀୟ ଅଧିବାସୀ ବ୍ଲାକ୍‌ ଟପ୍‌ ଉପରକୁ ପାଣି ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ନେଇ ଯାଉଛନ୍ତି। ପାଞ୍ଚ ଦିନ ତଳୁ ସେମାନେ ଏହି କାମ ଆରମ୍ଭ କରିଛନ୍ତି।

ପୂର୍ବରୁ ସେନା ସ୍ଥାନୀୟ ଅଧିବାସୀଙ୍କୁ କୁଲି ଭାବେ ନେଇ ପାରିଶ୍ରମିକ ଦେଉଥିଲେ। କିନ୍ତୁ, ଚୀନ୍-ଭାରତ ବିବାଦ ପରେ ସ୍ଥାନୀୟ ଅଧିବାସୀମାନେ ସ୍ବେଚ୍ଛାସେବକ ସାଜିଲେ। ସେମାନେ ସେନା ଟ୍ରକ୍‌ରେ ନିକଟବର୍ତ୍ତୀ ପଏଣ୍ଟ୍‌ଗୁଡ଼ିକୁ ଯାଇ ସେଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରି ପର୍ବତ ଆରୋହଣ କରୁଛନ୍ତି। ଚୁସ୍‌ହୁଲ୍‌ ଗାଁରେ ପ୍ରାୟ ୧୭୦ ପରିବାର ରହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe