ଦିଲ୍ଲୀରେ ୨୩.୪୮ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ, ଅଧିକାଂଶ ମାମଲା ଲକ୍ଷଣବିହୀନ

Advertisment
ଗଞ୍ଜାମରେ ସଂକ୍ରମଣ ହାର ହ୍ରାସ ପାଇଛି, ମୃତ୍ୟୁହାର ଅତ୍ୟନ୍ତ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ୨୩.୪୮ ପ୍ରତିଶତ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ବିଶାଳ ଜନସଂଖ୍ୟା ବିଶିଷ୍ଟ ସହର ଦିଲ୍ଲୀରେ ଏନ୍‌ସିଡିସି (ଜାତୀୟ ରୋଗ ନିବାରଣ କେନ୍ଦ୍ର) ଏବଂ ଦିଲ୍ଲୀ ସରକାରଙ୍କ ସହଯୋଗରେ ଜୁନ୍‌ ୨୭ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସେରୋ ସର୍ଭେ ହୋଇଥିଲା। ସର୍ଭେରୁ ଏହା ଜଣାପଡ଼ିଛି ଯେ, ୨୩.୪୮ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ବୋଲି କୁହାଯାଇଛି। କରୋନା ସଂକ୍ରମଣ ବିରୋଧରେ ଲଢ଼ିବାପାଇଁ କେତେଜଣଙ୍କ ଶରୀରରେ ‌ରୋଗ ପ୍ରତିରୋଧକ ଶକ୍ତି ରହିଛି ତାହା ଚେକ୍‌ କରିବାପାଇଁ ସେରୋ ସର୍ଭେ କରାଯାଇଛି।

ସେରୋ ଅଧ୍ୟୟନରୁ ଏହା ଜଣାପଡ଼ିଛି ୨୩.୪୮ ପ୍ରତିଶତଙ୍କ କ୍ଷେତ୍ରରେ ଆଇଜିଜି ଏଣ୍ଟିବଡି ରହିଛି। କିନ୍ତୁ ଦିଲ୍ଲୀରେ ପ୍ରାୟ ୭୭ ପ୍ରତିଶତ ଲୋକ ଅଧିକ ସମ୍ବେଦଳଶୀଳ ସ୍ଥିତିରେ ଅଛନ୍ତି । ତେଣୁ କଡ଼ା କଟକଣା ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ଦିଲ୍ଲୀର ୧୧ ଜିଲ୍ଲା ପାଇଁ ସର୍ଭେ ଟିମ୍‌ ଗଠନ ହୋଇଥିଲେ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ପରେ ଆଇସିଏମ୍‌ଆର ଅନୁମୋଦିତ କୋଭିଡ୍‌ କବଚ ଏଲିସା ବ୍ୟବହାର କରି ଆଇଜିଜି ଏଣ୍ଟିବଡ଼ି ଏବଂ ସଂକ୍ରମଣ ପାଇଁ ପରୀକ୍ଷଣ ହୋଇଥିଲା। ଏଲିସା ଟେଷ୍ଟିଂର ବ୍ୟବହାର ଦ୍ବାରା ଏହା ଦେଶରେ ସର୍ବବୃହତ୍‌ ସେରୋ ସର୍ଭେ ଭାବେ ପରିଗଣିତ ହୋଇଛି। ଏଯାବତ୍‌ ୨୧ ହଜାର ୩୮୭ ନମୁନା‌ ସଂଗ୍ରହ ହୋଇ ପରୀକ୍ଷଣ କରାଯାଇଛି। କେତେ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ସହ ଲଢ଼ିବାପାଇଁ ରୋଗ ପ୍ରତିରୋଧକତା ରହିଛି ତାହା ଜାଣିବା ପାଇଁ ଏହି ଟେଷ୍ଟ୍‌ ବେଶ୍‌ ସହାୟକ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe