ଦିଲ୍ଲୀ ନଗର ନିଗମ ନିର୍ବାଚନ: ଅଧାରୁ ଅଧିକ ଆସନରେ ‘ଆପ୍‌’ ଅଗ୍ରଣୀ; ବୈଠକ ଡକାଇଲେ କେଜ୍ରିୱାଲ୍‌

Advertisment
ଦିଲ୍ଲୀ ନଗର ନିଗମ ନିର୍ବାଚନ: ଅଧାରୁ ଅଧିକ ଆସନରେ ‘ଆପ୍‌’ ଅଗ୍ରଣୀ; ବୈଠକ ଡକାଇଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ନଗର ନିଗମ ନିର୍ବାଚନ ଭୋଟ୍‌ ଗଣନାର ପ୍ରାରମ୍ଭରେ ‘ଆପ୍‌’ ଓ ‘ବିଜେପି’ ମଧ୍ୟରେ ଅଗ୍ରଣୀ ଆସନସଂଖ୍ୟା ପାଖାପାଖି ଥିବା ବେଳେ ଏବେ ଦୁଇ ଦଳଙ୍କ ଅଗ୍ରଣୀ ଆସନସଂଖ୍ୟା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଚାଲିଛି।

ସଦ୍ୟତମ ସୂଚନା ଅନୁସାରେ, ସମୁଦାୟ ୨୫୦ ଆସନରୁ ଆପ୍‌ ୧୩୩ଟି ଆସନରେ ଅଗ୍ରଣୀ ଥିବା ବ‌େଳେ ‘ବିଜେପି’ ୧୦୪ ଆସନରେ ଅଗ୍ରଣୀ ରହିଛି। ସେହିପରି, କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଅଗ୍ରଣୀ ରହିଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ମଧ୍ୟାହ୍ନ ସୁଦ୍ଧା ‘ଆପ୍‌’ ୭୮ ଆସନରୁ ବିଜୟ ହାସଲ କରିଥିବା ବେଳେ ‘ବିଜେପ’ ୫୭ଟି ଆସନରେ ବିଜୟୀ ହୋଇଛି।

publive-image Image Courtesy of NDTV

ସେପଟେ, ‘ଆପ୍‌’ ନେତା ମନୀଷ ସିସୋଦିଆ ଏବଂ ରାଘବ ଚଢ଼ା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନରେ ଆୟୋଜିତ ବୈଠକରେ ଯୋଗ ଦେବାକୁ ଯାଇଛନ୍ତି। ସେମାନଙ୍କ ସହିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଯୋଗ ଦେଇଛନ୍ତି। ସକାଳେ ଦିଲ୍ଲୀରେ ପହଞ୍ଚି ଗଣମାଧ୍ୟମକୁ  ମାନ୍‌ କହିଛନ୍ତି, ‘ଆପ୍‌’ ଦିଲ୍ଲୀରେ ଦୀର୍ଘ ୧୫ ବର୍ଷର କଂଗ୍ରେସ ଶାସନର ମୂଳୋତ୍ପାଟନ କରିଛି। ଏଥର ଦିଲ୍ଲୀ ନଗର ନିଗମରେ ‘ବିଜେପି’ର ଦୀର୍ଘ ୧୫ ବ‌ର୍ଷର ଶାସନର ମୂଳୋତ୍ପାଟନ କରିବ।

publive-image Image Courtesy of NDTV

ସଦ୍ୟତମ ସୂଚନା ଅନୁସାରେ, ଦଳ ବିଜୟନ୍ମୁଖୀ ହେଉଥିବା ବେଳେ ଜାତୀୟ ରାଜଧାନୀସ୍ଥିତ ‘ଆପ୍‌’ ମୁଖ୍ୟଳୟରେ କର୍ମୀମାନେ ନାଚକୁଦରେ ମାତି ବିଜୟ ଉତ୍ସବ ପାଳନ ଆରମ୍ଭ କଲେଣି। ବିଜୟ ଉତ୍ସବ ପାଳନ ନିମନ୍ତେ ବଡ଼ି ସକାଳୁ ‘ଆପ୍‌’ କାର୍ଯ୍ୟାଳୟ ବେଲୁନ୍‌ ଓ ପୋଷ୍ଟର୍‌ ଆଦି ପ୍ରସ୍ତୁତ କରି ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe