ପ୍ରଥମ ଫୋନ୍‌ କଲ୍‌ରେ ଋଷି ସୁନକ୍‌ଙ୍କ ସହିତ ‘ମୁକ୍ତ ବାଣିଜ୍ୟ ରାଜିନାମା’ ବିଷୟରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment

ବାଲି ‘ଜି-୨୦’ ଶିଖର ସମ୍ମିଳନୀରେ ପରସ୍ପରଙ୍କୁ ଭେଟିବେ ମୋଦୀ ଓ ସୁନକ

ବାଲି ‘ଜି-୨୦’ ଶିଖର ସମ୍ମିଳନୀରେ ପରସ୍ପରଙ୍କୁ ଭେଟିବେ ମୋଦୀ ଓ ସୁନକ

ପ୍ରଥମ ଫୋନ୍‌ କଲ୍‌ରେ ଋଷି ସୁନକ୍‌ଙ୍କ ସହିତ ‘ମୁକ୍ତ ବାଣିଜ୍ୟ ରାଜିନାମା’ ବିଷୟରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍‌ର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇବା ସହ ଯଥାଶୀଘ୍ର ‘ମୁକ୍ତ ବାଣିଜ୍ୟ ରାଜିନାମା’ ସମ୍ପନ୍ନ କରିବା କଥା କହିଛନ୍ତି।

ଏହାଛଡ଼ା, ନଭେମ୍ବର ମଧ୍ୟଭାଗରେ ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ‘ଜି-୨୦’ ନେତୃତ୍ବ ଶିଖର ସମ୍ମିଳନୀରେ ଉଭୟ ପରସ୍ପରଙ୍କୁ ଭେଟିବେ ବୋଲି ରାଜି ହୋଇଥିବା କଥା ଇଂଲଣ୍ଡ୍‌ର ୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରୁ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଜାରି ବିବୃତିରେ ଉଲ୍ଲେଖ ଅଛି।

ଟେଲିଫୋନ୍‌ରେ ଉଭୟ ନେତାଙ୍କ ଆଲୋଚନା ଚାଲିଥିବା ବେଳେ ଦ୍ବିଭାଷୀମାନେ ବି ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ‘ମୁକ୍ତ ବାଣିଜ୍ୟ ଚୁକ୍ତି’ (ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ୍‌) ତୁରନ୍ତ ସମ୍ପନ୍ନ ହେବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଦୀପାବଳି ସୁଦ୍ଧା ବ୍ରିଟେନ୍‌ର ପୂର୍ବତନ ସରକାର ଉକ୍ତ ରାଜିନାମା ସ୍ବାକ୍ଷର କରାଇବା କଥା। କିନ୍ତୁ, ଗତ ଦୁଇ ମାସ‌ ହେବ ଇଂଲଣ୍ଡ୍‌ରେ ରାଜନୈତିକ ଅସ୍ଥିତରତା କାରଣରୁ ‘ମୁକ୍ତ ବାଣିଜ୍ୟ ଚୁକ୍ତି’ ପଛରେ ପଡ଼ିଗଲା।

publive-image Image Courtesy of Scroll.in

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ସୁନକଙ୍କ ସହିତ ଆଳାପ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି: ଆଜି ଋଷି ସୁନକଙ୍କ ସହିତ କଥାବାର୍ତ୍ତା କରି ଆନନ୍ଦ ହେଲି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହର କରିଥବାରୁ ତାଙ୍କୁ ଅଭିନନ୍ଦନ ଜଣାଇଲି। ଆମର ସାମଗ୍ରିକ ରଣନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ପାଇଁ ଆମେ ଆହୁରି କାର୍ଯ୍ୟ କରିବୁ। ଯଥା ଶୀଘ୍ର ସାମଗ୍ରିକ ଓ ସନ୍ତୁଳିତ ‘ମୁକ୍ତ ବାଣିଜ୍ୟ ଚୁକ୍ତି’ ସମ୍ପନ୍ନ କରିବାକୁ ମଧ୍ୟ ଆମେ ସହମତିରେ ଉପନୀତ ହୋଇଛୁ।

ଏହାର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ସୁନକ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସ୍ନେହଭରା କଥା ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ‌ ଲେଖିଛନ୍ତି, ମୁଁ ମୋର ନୂତନ ଭୂମିକା ନିର୍ବାହ ଆରମ୍ଭ କରୁଥିବା ବ‌େଳେ ଆପଣଙ୍କ ସ୍ନେହଭରା କଥା ପାଇଁ ଧନ୍ୟବାଦ ଦେଉଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନେକ ଆଦାନ ପ୍ରଦାନ ଅଛି। ଆମେ ଆମର ନିରପତ୍ତା, ପ୍ରତିରକ୍ଷା ଏବଂ ଆର୍ଥିକ ଭାଗିଦାରିତା ସୁଦୃଢ଼ କଲେ ଭବିଷ୍ୟତରେ ଆମର ଦୁଇ ମହାନ୍‌ ଗଣତନ୍ତ୍ର କ’ଣ ହାସଲ ନ କରି ପାରିବ ଭାବି ମୁଁ ଭାବବିହ୍ବଳ ହୋଇଯାଉଛି।

ସୂଚନାଯୋଗ୍ୟ, ‘ମୁକ୍ତ ବାଣିଜ୍ୟ ରାଜିନାମା’ଦ୍ବାରା ଆମଦାନି ଓ ରପ୍ତାନି ବୃଦ୍ଧି କରି ଭାରତ ଓ ଇଂଲଣ୍ଡ୍‌ ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧି ହାସଲ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe