ଏସିଆରେ ପ୍ରଥମ: ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଲା ତାଇଓ୍ଵାନ୍‌ ପାର୍ଲାମେଣ୍ଟ୍‌

Advertisment
ଏସିଆରେ ପ୍ରଥମ: ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଲା ତାଇଓ୍ଵାନ୍‌ ପାର୍ଲାମେଣ୍ଟ୍‌

Image Source: Zee News

ତାଇପେଇ: ତୀବ୍ର ମତାନ୍ତର ସତ୍ତ୍ୱେ ଶୁକ୍ରବାର ଦିନ ସମଲିଙ୍ଗୀ ବିବାହକୁ ଆଇନ୍‌ରେ ପରିଣତ କରି ତାଇଓ୍ଵାନ୍‌ ଏସିଆରେ ପ୍ରଥମ ଦେଶ ହୋଇପାରିଛି। ସଂଖ୍ୟା ଗରିଷ୍ଠ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟିର ସାଂସଦମାନେ ଏହି ବିଲ୍‌କୁ ସମର୍ଥନ କରିଛନ୍ତି। ଅବଶ୍ୟ ଦଳର ଏଭଳି ପଦକ୍ଷେପ ଆସନ୍ତାବର୍ଷ ହେବାକୁ ଥିବା ରାଷ୍ଟ୍ରପତୀୟ ନିର୍ବାଚନରେ ରାଷ୍ଟ୍ରପତି ସାଇ ଇଙ୍ଗ୍‌-େଓ୍ଵନ୍‌ଙ୍କ ଦ୍ୱିତୀୟ ପାଳି ପ୍ରତିଦ୍ୱନ୍ଦ୍ୱିତାରେ ଜିଣିବା ପାଇଁ ବାଧା ସୃଷ୍ଟି କରିପାରେ।

ନିଷ୍ପତ୍ତିକୁ ସ୍ୱାଗତ କରି ପାର୍ଲାମେଣ୍ଟ୍‌ ବାହାରେ ହଜାର ହଜାର ବିକ୍ଷୋଭକାରୀ ଇନ୍ଦ୍ରଧନୁ ପତାକା ହଲାଇ ଖୁସିରେ ଉଛୁଳି ପଡ଼ିଛନ୍ତି। ପ୍ରବଳ ବର୍ଷାରେ ତିନ୍ତି ଛଳଛଳ ଆଖିରେ କେତେକ ପରସ୍ପରଙ୍କୁ କୋଳାଗ୍ରତ କରିଛନ୍ତି। ‘ଏସିଆଜ୍‌ ଫାଷ୍ଟ୍‍’ ଓ ‘େଓ୍ଵ ଟୁ ଗୋ, ତାଇଓ୍ଵାନ୍‌!’ ଆଦି ଧ୍ୱନି ଦେଇ ସେମାନେ ଉତ୍‌ଫୁଲ୍ଲିତ ହେଉଛନ୍ତି।

ରାଷ୍ଟ୍ରପତି ସାଇ ସ୍ୱାକ୍ଷର କରିବା ପରେ ଏହି ବିଲ୍‌ ଆଇନ୍‌ରେ ପରିଣତ ହେବ।

ଭୋଟ୍‌ ପୂର୍ବରୁ ରାଷ୍ଟ୍ରପତି ସାଇ ଟୁଇଟ୍‌ କରିଥିଲେ: ଆଜି ଇତିହାସ ସୃଷ୍ଟି କରିବାକୁ ଓ ଗୋଟାଏ ପୂର୍ବ ଏସୀୟ ସମାଜରେ ପ୍ରଗତିଶୀଳ ମୂଲ୍ୟବୋଧ ସ୍ଥାପନ ହୋଇ ପାରେ ବୋଲି ବିଶ୍ୱକୁ ଦେଖାଇବା ପାଇଁ ଆମକୁ ସୁଯୋଗ ମିଳିଛି। ଆଜି ଆମେ ବିଶ୍ୱକୁ ଦେଖାଇ ଦେଇ ପାରିବୁ ଯେ ପ୍ରେମ ବିଜୟୀ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe