ପ୍ରଥମ ଫୋନ୍‌ରେ ସମ୍ପର୍କ ସୁଦୃଢ଼ କରିବାକୁ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା

Advertisment
ପ୍ରଥମ ଫୋନ୍‌ରେ ସମ୍ପର୍କ ସୁଦୃଢ଼ କରିବାକୁ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା

Image Courtesy of India Today

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜାପାନୀ ପ୍ରତିପକ୍ଷ ୟୋଶିହିଦେ ସୁଗାଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ୟୋଶିହିଦେ ସୁଗା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି। ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ୟୋଶିହିଦେଙ୍କୁ ଅଭିନନ୍ଦନ ଜଣାଇବା ସହ ଲକ୍ଷ୍ୟ ହାସଲ କରିବାରେ ସେ ସଫଳ ହୁଅନ୍ତୁ ବୋଲି କାମନା କରିଛନ୍ତି।

ପାରସ୍ପରିକ ବିଶ୍ବାସ ଓ ମୂଲ୍ୟବୋଧ ଆଦାନପ୍ରଦାନ ଆଧାରରେ ଦୁଇ ଦେଶର ସମ୍ପର୍କ ବୃଦ୍ଧି ସମ୍ବନ୍ଧରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୋଶିହିଦେ ସୁଗା ଆଲୋଚନା କରିଥିଲେ।

publive-image Image Courtesy of Hindustan Times

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ଗତ ଅଳ୍ପ କେତେ ବର୍ଷ ହେବ ଭାରତ-ଜାପାନର ସ୍ବତନ୍ତ୍ର ରଣନୀତି ଏବଂ ବୈଶ୍ବିକ ଭାଗିଦାରୀ ଖୁବ୍ ଅଗ୍ରଗତି କରିଛି ବୋଲି ଦୁଇ ନେତା ସମ୍ମତ ହେବା ସହ ପାରସ୍ପରିକ ବିଶ୍ବାସ ଓ ମୂଲ୍ୟବୋଧ ଆଦାନପ୍ରଦାନ ଆଧାରରେ ଦୁଇ ଦେଶର ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ସେମାନେ ଇଚ୍ଛା ପ୍ରକାଶ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଅନୁଗତ ସ‌ହଯୋଗୀ ୟୋଶିହିଦେ ସୁଗା ସେପ୍ଟେମ୍ବର ୧୪ ତାରିଖ ଦିନ ଶାସକ ଦଳ ନେତୃତ୍ବ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଥିଲେ। ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe