ଚାରି ରାଜ୍ୟରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

Advertisment
ଚାରି ରାଜ୍ୟରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

Patrika

ନୂଆଦିଲ୍ଲୀ: ତେଲେଙ୍ଗାନା, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସ ଶୀର୍ଷ ନେତୃତ୍ବ ଏହି ୪ ରାଜ୍ୟର ନେତୃମଣ୍ଡଳୀ ଏବଂ ବିଦ୍ରୋହୀ ନେତାଙ୍କ ସହ ଆଲୋଚନା କରି ନେତୃତ୍ବ ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତେଲେଙ୍ଗାନା କଂଗ୍ରେସ ସଭାପତି ଉତ୍ତମ କୁମାର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଦଳର ଖରାପ ପ୍ରଦର୍ଶନ ପାଇଁ ଗୁଜରାଟ କଂଗ୍ରେସ ସଭାପତି ଅମିତ ଚାଓଡ଼ା ମଧ୍ୟ ଇସ୍ତଫା ଦେଇଛନ୍ତି। ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ ନାଥ ମଧ୍ୟ ପଦ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି।

ଗତ ଶନିବାର ମୁମ୍ବାଇ ଆଞ୍ଚଳିକ କଂଗ୍ରେସ କମିଟିରେ ପରିବର୍ତ୍ତନ କରାଯାଇଛି। ସେହିଭଳି କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆସାମ ଏବଂ କେରଳ ପାଇଁ ନୂଆ ଏଆଇସିସି ସମ୍ପାଦକ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାବର୍ଷ ଆସାମ ଓ କେରଳରେ ବିଧାନସଭା ନିର୍ବାଚନ ହେବାର ଅଛି। ନବନିଯୁକ୍ତ ଏଆଇସିସି ସମ୍ପା‌ଦକ ଆସାମ ପାଇଁ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ଏବଂ କେରଳ ପାଇଁ ସାଧାରଣ ସମ୍ପାଦକ ତାରିକ ଅନ୍‌ୱାରଙ୍କୁ ସହାୟତା କରିବେ। ଗତକାଲି ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe