ଭବିଷ୍ୟତରେ ସୁରକ୍ଷା ସ୍ଥିତି ଗମ୍ଭୀର ହେବ: ଡୋଭଲ

Advertisment
ଭବିଷ୍ୟତରେ ସୁରକ୍ଷା ସ୍ଥିତି ଗମ୍ଭୀର ହେବ: ଡୋଭଲ

ନୂଆଦିଲ୍ଲୀ: ଭବିଷ୍ୟତରେ ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ପରିସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି। ତେଣୁ ସୁରକ୍ଷା ବାହିନୀ ନିଜର ଦକ୍ଷତା ଏବଂ ବୃତ୍ତିଗତ କ୍ଷମତା ବଢାଇବା ଅତ୍ୟନ୍ତ ଜରୁରୀ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ କହିଛନ୍ତି।
ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ବାର୍ଷିକ ଉତ୍ସବ ଅବସରରେ ପୂର୍ବତନ ଆଇବି ମୁଖ୍ୟ ଡୋଭଲ ଉଦବୋଧନ ଦେଇ କହିଛନ୍ତି, ଦେଶର ସୁରକ୍ଷାରେ ନିୟୋଜିତ ସଂସ୍ଥାଗୁଡିକ ନୂତନ ଧରଣର ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିବା ସହିତ ଏହାକୁ ଉନ୍ନତମାନର କରିବାକୁ ପଡିବ। ଦେଶର ସୁରକ୍ଷାରେ ନିୟୋଜିତ ବିଏସ୍‌ଏଫ୍‌, ଗୁଇନ୍ଦା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର ଦକ୍ଷତାରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ସଂସ୍ଥାଗୁଡିକ ଉନ୍ନତ ଧରଣର ପ୍ରଯୁକ୍ତି ବିଦ୍ୟା ଏବଂ ଉପକରଣ ବ୍ୟବହାର କରିବା ସହ ଦିନକୁ ଦିନ ଏହାର ଆଧୁନିକୀକରଣ କରୁଛନ୍ତି।
ବିଏସ୍‌ଏଫ୍‌କୁ ପ୍ରଶଂସା କରି ସେ କହିଛନ୍ତି, ବିଏସ୍‌ଏଫ୍‌ର କାର୍ଯ୍ୟକ୍ଷମତା ସବୁଠୁ ଉନ୍ନତମାନର। ସୀମା ସୁରକ୍ଷା କରିବାରେ ଯେଉଁ ତିନିଟି ସୀମା ସୁରକ୍ଷା ସଂସ୍ଥା କାର୍ଯ୍ୟ କରୁଛନ୍ତି ସେଥି ମଧ୍ୟରୁ ବିଏସ୍‌ଏଫ୍‌ ସବୁଠୁ ବଡ ସୁରକ୍ଷା ବାହିନୀ। ଏହି ତିନିଟି ବାହିନୀ ହେଉଛି ଇଣ୍ଡୋ-ତିବତ ସୀମା ପୁଲିସ (ଆଇଟିବିପି), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଏବଂ ବିଏସ୍‌ଏଫ୍‌। ଏଥି ମଧ୍ୟରୁ ବିଏସ୍‌ଏଫ୍‌ର ୨.୫ ଲକ୍ଷ କର୍ମଚାରୀ ସବୁଠୁ ସମ୍ବେଦନଶୀଳ କୁହାଯାଉଥିବା ପାକିସ୍ତାନ ଏବଂ ବାଂଲାଦେଶ ସୀମା ସୁରକ୍ଷାରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe