ହିମାଚଳ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସର ‘୧୦ଟି ଗ୍ୟାରେଣ୍ଟି’: ଯୁବାଙ୍କୁ ଚାକିରି, ମାଗଣା ବିଜୁଳି

Advertisment
ହିମାଚଳ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସର ‘୧୦ଟି ଗ୍ୟାରେଣ୍ଟି’: ଯୁବାଙ୍କୁ ଚାକିରି, ମାଗଣା ବିଜୁଳି

ଶିମ୍‌ଲା: ଶିମ୍‌ଲାସ୍ଥିତ ଦଳୀୟ ମୁଖ୍ୟାଳୟରେ ଆଜି କଂଗ୍ରେସ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛି। ଏଥିରେ ପୁରାତନ ରାଜନୈତିକ ଦଳ କଂଗ୍ରେସ ଯୁବାଙ୍କ ପାଇଁ କର୍ମସଂସ୍ଥାନ ବ୍ୟବସ୍ଥା, ୩୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ ମହିଳାମାନଙ୍କୁ ମାସିକ ଅନୁକମ୍ପା ରାଶି ସମେତ ରାଜ୍ୟବାସୀଙ୍କୁ ‘୧୦ଟି ଗ୍ୟାରେଣ୍ଟି’ ପ୍ରତିଶ୍ରୁତି ଦେଇଛି।

publive-image Image Courtesy of Tribune India

ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦଳର ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ଧନୀରାମ ଶାଣ୍ଡିଲ୍‌ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜନଜୀବନକୁ ଦୁର୍ବିଷହ କରିପକାଇଲାଣି।

ଗତ ବିଧାନସଭା ନିର୍ବାଚନରେ ହିମାଚଳର ଜନସାଧରଣ ‘ବିଜେପି’କୁ ଭୋଟ୍‌ ଦେଲେ। ଏବଂ ୫ ବର୍ଷ ପରେ ଠକି ଯାଇଛନ୍ତି ବୋଲି ଜନସାଧାରଣଙ୍କର ହୃଦ୍‌ବୋଧ ହୋଇଥିବା କଥା ସେ କହିଛନ୍ତି। କଂଗ୍ରେସ ତା’ର ସମସ୍ତ ପ୍ରତିଶ୍ରୁତି ପୂରଣ କରିଆସୁଛି ବୋଲି ମଧ୍ୟ ସେ ଗୁରୁତ୍ବାରୋପ କରି କହିଛନ୍ତି।

publive-image Image Courtesy of ABP Live

ଇସ୍ତାହାରରେ ଥିବା ’୧୦ଟି ଗ୍ୟାରେଣ୍ଟି’ ହେଉଛି:

ପୁରାତନ ପେନ୍‌ସନ୍‌ ଯୋଜନା ନବୀକରଣ କରାଯିବ।

୫ ଲକ୍ଷ ଯୁବାଙ୍କ ପାଇଁ କର୍ମସଂସ୍ଥାନ ସୁବିଧା।

ହିମାଚଳ ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କା ଅନୁକମ୍ପା ରାଶି।

ହିମାଚଳ ପ୍ରଦେଶରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଣ।

ଯୁବାଙ୍କ ନିମନ୍ତେ ୬୮୦ କୋଟି ଟଙ୍କାର ‘ଷ୍ଟାର୍ଟ-ଅପ୍’ ପାଣ୍ଠି।

ହିମାଚଳର ପ୍ରତ୍ୟେକ ବିଧାନସଭା ଅଞ୍ଚଳରେ ୪ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବ।

ଭ୍ରାମ୍ୟମାଣ କ୍ଲିନିକ୍‌ ମାଧ୍ୟମରେ ପ୍ରତି ଗାଁରେ ମାଗଣା ଡାକ୍ତରୀ ଚିକିତ୍ସା।

କିଲୋପିଛା ୨ଟଙ୍କା ମୂଲ୍ୟରେ ଗୋବର ଖରିଦ କରାଯିବ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଣ୍ଡିଲ୍‌ ମଧ୍ୟ କହିଛନ୍ତି ଯେ, ଏଇଟା କେବଳ ନିର୍ବାଚନୀ ଇସ୍ତାହାର ନୁହେଁ, ହିମାଚଳ ପ୍ରଦେଶର ଇତିହାସ ଓ ସଂସ୍କୃତି ଉପରେ ପର୍ଯ୍ୟବେଶିତ ଦଲିଲ। କଂଗ୍ରେସ ତା’ର ପ୍ରତିଶ୍ରୁତି ରକ୍ଷା କରିବ। ଆମେ କେବଳ ଜନସାଧାରଣଙ୍କ ସମର୍ଥନ ଓ ବିଶ୍ବାସ ଆବଶ୍ୟକ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe