ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

Advertisment
ଏଭଳି କାମ କରୁଥିଲେ, ଚକ୍ଷୁ ସଂକ୍ରମଣର ଶିକାର ହୋଇପାରନ୍ତି!

image source-.downtowneyes.com/

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ ୬ରୁ ୭ ବର୍ଷ ଧରି ଭିଜନ୍‌ ଲସ୍‌ ଏକ୍ସପର୍ଟ ଗ୍ରୁପ୍‌(ଭିଏଲ୍‌ଇଜି) ଏବଂ ଇଣ୍ଟରନାସନାଲ ଏଜେନ୍ସି ଫର୍‌ ଦି ପ୍ରିଭେନ୍‌ସନ୍‌ ଅଫ୍‌ ବ୍ଲାଇଣ୍ଡ୍‌ନେସ୍‌(ଆଇଏପିବି) ସଂସ୍ଥା ଦ୍ବାରା ଗଣନା କରାଯାଇଥିବା ତଥ୍ୟାନୁସାରେ ବିଶ୍ବରେ ମୋଟ ୫୦ କୋଟି ୭୦ ଲକ୍ଷ ଲୋକ ଏହି ସମୀପ ଦୃଷ୍ଟି ସମସ୍ୟା ଭୋଗୁଛନ୍ତି। ତେବେ ଭାରତରେ ୧୯୯୦ ସୁଦ୍ଧା ୫ କୋଟି ୭୭ ଲକ୍ଷ ନାଗରିକଙ୍କର ଏପରି ସମୀପ ଦୃଷ୍ଟି ସମସ୍ୟା ଥିବା ବେଳେ ୨୦୨୦ ବେଳକୁ ତାହା ୧୩ କୋଟି ୭୬ ଲକ୍ଷରେ ପହଞ୍ଚିଛି।

ସୂଚନା ଥାଉ କି, ଏହି ସମୀପ ଦୃଷ୍ଟି ସମସ୍ୟା କହିଲେ ସାଧାରଣତଃ ଜଣେ ଦୂର ବସ୍ତୁ ଦେଖିପାରୁଥିବା ବେଳେ ନିକଟରେ ଥିବା ବସ୍ତୁଗୁଡ଼ିକ ଠିକ୍‌ରେ ଠଉରେଇ କରିପାରିନଥିବା ଅବସ୍ଥାକୁ ବୁଝାଏ। ଏହାକୁ ଡାକ୍ତରୀ ଶାସ୍ତ୍ରରେ ପ୍ରେସ୍‌ବାୟୋପିଆ କହନ୍ତି। ଦୃଷ୍ଟିଶକ୍ତିରେ ଏହି ସମସ୍ୟା ସାଧାରଣତଃ ୩୫ ବର୍ଷ ବୟସରୁ ଆରମ୍ଭ କରି ବୟସ୍କଙ୍କ ଠାରେ ଦେଖାଦେଇଥାଏ। ୧୯୯୦ ମସିହା ସୁଦ୍ଧା ଦେଶରେ ୪ କୋଟି ୬ ଲକ୍ଷ ଲୋକ ଏମ୍‌ଏସ୍‌ଭିଆଇ ସମସ୍ୟା ଭୋଗୁଥିବା ବେଳେ ୨୦୨୦ ବେଳକୁ ଏହି ସଂଖ୍ୟା ୭ କୋଟି ୯୦ ଲକ୍ଷରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe