ଭାରତରେ ୪ ରାଜ୍ୟ କରୋନା ମୁକ୍ତ: ଆକ୍ରାନ୍ତ ସଂଖ୍ୟା ୨୩ ହଜାର ଟପିଲା, ଚୀନ୍‌କୁ ଫେରାଯିବ ଖରାପ୍‌ ଟେଷ୍ଟ୍‌ କିଟ୍‌

Advertisment

ମାସକରେ ୪୦ କୋଟି ଏଚ୍‌ସିକ୍ୟୁ ଟାବ୍‌ଲେଟ୍‌ ତିଆରି କରିପାରିବ ଭାରତ

ମାସକରେ ୪୦ କୋଟି ଏଚ୍‌ସିକ୍ୟୁ ଟାବ୍‌ଲେଟ୍‌ ତିଆରି କରିପାରିବ ଭାରତ

ଦେଶରେ କରୋନା ସଂକ୍ରମିତ: ଦିନକରେ ରେକର୍ଡ ୨୩୯୬ ଆକ୍ରାନ୍ତ, ସଂଖ୍ୟା ୩୭ ହଜାର ଟପିଲା

News Track English

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ବ ଭିତରେ ବି ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ୪୫୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ଗୋଆ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁର ପରେ ତ୍ରିପୁରା ସଂପୂର୍ଣ୍ଣ କରୋନାମୁକ୍ତ ହୋଇଛି। ଗୋଆରେ ୭ ଜଣ, ଅରୁଣାଚଳରେ ୨ ଜଣ, ମଣିପୁର ଏବଂ ତ୍ରିପୁରାରେ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହିତ ଏହି ୪ ରାଜ୍ୟ ସଂପୂର୍ଣ୍ଣ କରୋନା ମୁକ୍ତ ଘୋଷଣା ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଆଜି ଆନ୍ଧ୍ରପ୍ରଦେଶରେ ୬୨, ପଶ୍ଚିମବଂଗରେ ୫୮, ରାଜସ୍ଥାନରେ ୪୪, କର୍ଣ୍ଣାଟକରେ ୧୮ ଏବଂ ବିହାରରେ ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଦେଶରେ ଆଜି ସୁଦ୍ଧା କରୋନାରେ ୭୨୩ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ଔଷଧ ନିର୍ମାତା ସଂଘର ଗୁଜରାଟ ଶାଖା ଅଧ୍ୟକ୍ଷ ବିରଞ୍ଚି ଶାହ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ରହିଛି। ପ୍ରତିମାସରେ ୪୦ କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଟାବ୍‌ଲେଟ ଭାରତ ସହଜରେ ପ୍ରସ୍ତୁତ କରିପାରିବ ଏବଂ ଏହା ଆମର ଆବଶ୍ୟକତାଠାରୁ ପ୍ରାୟ ୧୦ ଗୁଣ ଅଧିକ।

କରୋନା ଭାଇରସ୍‌ ଏ ପର୍ଯ୍ୟନ୍ତ ଦେଶର ୨୭ଟି ରାଜ୍ୟ ଏବଂ ୭ଟି କେନ୍ଦ୍ର ଶାସିତ ଅଂଚଳରେ ପହଞ୍ଚି ସାରିଛି। ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ଦିଲ୍ଲୀରେ ୨୩୭୬ ଜଣ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ଦିଲ୍ଲୀରେ ସଂକ୍ରମଣକୁ ନେଇ ଜଟିଳ ସ୍ଥିତି ଲାଗି ରହିଛି। ବିହାରରେ ମଧ୍ୟ ଅଚାନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟରେ ବୃଦ୍ଧି ଘଟିଛି। ରାଜ୍ୟରେ ୫ ଦିନ ମଧ୍ୟରେ ୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe