ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କଲେଣି ୫.୩ ଲକ୍ଷରୁ ଅଧିକ; ଆରୋଗ୍ୟ ହାର ବୃଦ୍ଧି ପାଇଲା ୬୨.୯୩ ପ୍ରତିଶତକୁ

Advertisment

ଗତ ୨୪ ଘଣ୍ଟାରେ ଆରୋଗ୍ୟଙ୍କ ସଂଖ୍ୟା ୧୯,୨୩୫

ଗତ ୨୪ ଘଣ୍ଟାରେ ଆରୋଗ୍ୟଙ୍କ ସଂଖ୍ୟା ୧୯,୨୩୫

ବିଶ୍ବର ୨ୟ ସର୍ବାଧିକ କରୋନା ପ୍ରଭାବିତ ଦେଶରେ ପରିଣତ ହେଲା ଭାରତ

News Nation

ନୂଆଦିଲ୍ଲୀ: ଦେଶରେ କରୋନା ବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଏଥିରୁ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯,୨୩୫ ଜଣ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ସମୁଦାୟ ଆରୋଗ୍ୟ ମାମଲା ଆଜି ୫,୩୪,୬୨୦କୁ ବୃଦ୍ଧି ପାଇଛି ଏବଂ ଆରୋଗ୍ୟ ହାର ବର୍ତ୍ତମାନ ୬୨.୯୩ ପ୍ରତିଶତକୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମ୍ପୂର୍ଣ୍ଣ ସହଯୋଗରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିଆଯାଇଥିବା ସମନ୍ଵିତ ପଦକ୍ଷେପଗୁଡିକ ମାଧ୍ୟମରେ ଶୀଘ୍ର ଚିହ୍ନଟ ଏବଂ ଠିକ୍‌ ସମୟରେ ନିରାକରଣ ତଥା ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଯୋଗୁଁ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଉଥିବା ଜାଣିବାକୁ ମିଳିଛି। କୋଭିଡ-୧୯ ପ୍ରଭାବିତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ବର୍ତ୍ତମାନ ସମଗ୍ର ଦେଶରେ ୧,୩୭୦ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା, ୩,୦୬୨ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୦,୩୩୪ଟି କୋଭିଡ କେୟାର ସେଣ୍ଟର ରହିଛି।

publive-image india.com

ଅନ୍ୟପକ୍ଷରେ କୋଭିଡ-୧୯ ପରୀକ୍ଷଣ ପାଇଁ ସମସ୍ତ ପ୍ରତିବନ୍ଧକକୁ ଦୂରେଇବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ଉପଲବ୍ଧ କରିବା ଦ୍ୱାରା ପ୍ରତ୍ୟେକ ଦିନ ନମୁନା ପରୀକ୍ଷା ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୮୦,୧୫୧ଟି ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୧୫,୮୭,୧୫୩ରେ ପହଞ୍ଚିଛି। ସଂପ୍ରତି ଦେଶରେ ଦୈନିକ ପରୀକ୍ଷଣ ସଂଖ୍ୟା ପ୍ରତି ୧୦ ଲକ୍ଷ ପିଛା ୮୩୯୬.୪ ରହିଛି। ବର୍ତ୍ତମାନ ଦେଶରେ ସମୁଦାୟ ୧୧୯୪ଟି ପରୀକ୍ଷାଗାର ରହିଥିବା ବେଳେ ସେଥିମଧ୍ୟରୁ ସରକାରୀ ଏବଂ ବେସରକାରୀ ଭାବେ ଯଥାକ୍ରମେ ୮୫୦ ଏବଂ ୩୪୪ଟି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe