ଭାରତର ୭୮% କୋଭିଡ୍ ରୋଗୀଙ୍କ ବୟସ ୫୦ ବର୍ଷରୁ କମ୍

ପାଠପଢ଼ା, ପରୀକ୍ଷା ନେଇ ସ୍ପଷ୍ଟ କରୁନି ବୈଷୟିକ ଶିକ୍ଷା ବିଭାଗ

Moneycontrol

ନୂଆଦିଲ୍ଲୀ: ଭାରତର କୋଭିଡ୍୧୯ ରୋଗୀଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କଠାରେ କୋଭିଡ୍ ଭିନ୍ନ ଅନ୍ୟ କୌଣସି ଅସୁସ୍ଥତା ମଧ୍ୟ ରହିଛି। ସେହିପରି ପାଖାପାଖି ୭୮ ପ୍ରତିଶତ ରୋଗୀଙ୍କର ବୟସ ୫୦ ବର୍ଷରୁ କମ୍ ବୋଲି ଜଣାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସମନ୍ବିତ ରୋଗ ନିରୀକ୍ଷଣ ଯୋଜନା(ଆଇଡିଏସ୍‌ପି) ଦ୍ବାରା କରାଯାଇଥିବା ସବେର୍କ୍ଷଣରୁ ଏଭଳି ତଥ୍ୟ ମିଳିଛି। ବର୍ତ୍ତମାନ ସୁଦ୍ଧା ଦେଶର ସାଢେ଼ ୬ ଲକ୍ଷରୁ ଅଧିକ ନାଗରିକ ଏହି ମହାମାରୀ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ରୋଗୀଙ୍କୁ ଏହି ସବେର୍କ୍ଷଣରେ ସାମିଲ କରି ଆଇଡିଏସ୍‌ପି ଏପରି ନିର୍ଯାସରେ ପହ‌ିଞ୍ଚିଛି। ବିଭିନ୍ନ ଡାକ୍ତରଖାନାରୁ ସଂଗୃହୀତ ଏହି ତଥ୍ୟାବଳୀରୁ କୋଭିଡ୍–୧୯ ସଂକ୍ରମଣର ବିଶେଷ ଲକ୍ଷଣ ସମ୍ପର୍କରେ କିଛି ଆଲୋକପାତ କରିହେବ ବୋଲି ଆଶା କରାଯାଉଛି।

ଏଠାରେ ସୂଚନାଯୋଗ୍ୟ, କୋଭିଡ୍–୧୯ ଜନିତ ମୃତ୍ୟୁ ପାଇଁ ସଂପୃକ୍ତ ରୋଗୀଠାରେ ରହିଥିବା ଅନ୍ୟ କିଛି ଗୁରୁତର ଅସୁସ୍ଥତା ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ସେହିପରି ରୋଗୀଠାରେ ଉଚ୍ଚ ରକ୍ତଚାପ ଓ ମଧୁମେହ ପରି ଅସୁସ୍ଥତା ରୋଗୀକୁ ସଂକ୍ରମଣପ୍ରବଣ କରିବାରେ ସେପରି କିଛି ସାହାଯ୍ୟ କରିନଥାଏ। ଏ ବାବଦରେ ଆଇଡିଏସ୍‌ପି ଅନୁଧ୍ୟାନ କରିଥିବା ମୋଟ ୧୬,୧୫୫ ମାମଲାରୁ ମାତ୍ର ୮ ପ୍ରତିଶତଙ୍କ ଠାରେ ମଧୁମେହ ଓ ୯ ପ୍ରତିଶତଙ୍କ ଠାରେ ଉଚ୍ଚ ରକ୍ତଚାପ ରହିଥିବା ଜଣାଯାଇଛି। ସେହିପରି ବିଶେଷଜ୍ଞମାନଙ୍କ ମତରେ ନମୁନାରେ କରୋନାଭୂତାଣୁ ପଜିଟିଭ୍ ବାହାରିଥିବା ସଂକ୍ରମିତଙ୍କ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି କେବଳ ଯେ କୋଭିଡ୍ ପାଇଁ ହେଉଛି କି ନାହିଁ ତାହା କହିବା ମୁସ୍କିଲ। କାରଣ କର୍କଟ, ଯକୃତଜନିତ ସମସ୍ୟା, ହୃଦ୍‌ସମସ୍ୟା ଏବଂ ବୃକକ୍ ଜନିତ ସମସ୍ୟା ପରି ଅନେକ କାରଣ ରହିଛି ଯାହା ରୋଗୀକୁ ଶୀଘ୍ର ଶୀଘ୍ର ଅସୁସ୍ଥ କରିପକାଏ। ଅପରପକ୍ଷେ, ରୋଗୀଙ୍କ ଲକ୍ଷଣକୁ ବିଚାର କଲେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମୋଟ ୧୯,୮୧୩ ମାମଲାରୁ ସର୍ବାଧିକ ୨୬ ପ୍ରତିଶତଙ୍କ ଠାରେ ଜ୍ବର ଦେଖାଦେଇଥିବା ବେଳେ ୧୯ ପ୍ରତିଶତ ହିଁ କାଶରେ ପୀଡି଼ତ ହୋଇଥିଲେ ଏବଂ ୨୧ ପ୍ରତିଶତଙ୍କ ଠାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥିବା ଜଣାଯାଇଛି। ସେହିପରି ଅବସ୍ଥିତିକୁ ଅନୁଧ୍ୟାନ କଲେ ମୋଟ ୮୩ ହଜାର ରୋଗୀଙ୍କ ମଧ୍ୟରୁ ୩୭ ପ୍ରତିଶତ ସହରାଞ୍ଚଳରେ ରହୁଥିବା ବେଳେ ୧୩ ପ୍ରତିଶତ ଗ୍ରାମା‌ଞ୍ଚଳର ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe