ଭାରତରେ ଅକ୍ସଫୋର୍ଡ ଟିକାର ପୁନଃ ପରୀକ୍ଷଣକୁ ମିଳିଲା ଅନୁମତି

Advertisment
ଆସନ୍ତା ସପ୍ତାହରୁ ବ୍ରିଟେନ୍‌, ରୁଷ୍‌ରେ ଟିକାକରଣ

Image Courtesy of National Herald

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟର ଗବେଷକଙ୍କ ଦ୍ବାରା ବିକଶିତ ଓ ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ପକ୍ଷରୁ ଉତ୍ପାଦିତ ଟିକାର ପୁନଃ ପରୀକ୍ଷଣ ଭାରତରେ ଆରମ୍ଭ ହେବ। ବ୍ରିଟେନରେ ପରୀକ୍ଷଣ ‌ବେଳେ ଏହି ଟିକାର ପ୍ରତିକୂଳ ପ୍ରଭାବରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଥିଲା। ଏହାପରେ ବ୍ରିଟେନ ସରକାର ଉକ୍ତ ଅକ୍ସଫୋର୍ଡ ଟିକାର ପରୀକ୍ଷଣକୁ ବନ୍ଦ କରିଦେଇଥିଲେ। ଭାରତରେ ମଧ୍ୟ ଅନୁରୂପ ଭାବେ ଔଷଧ ନିୟାମକ ସଂସ୍ଥା ଡିସିଜିଆଇ ପକ୍ଷରୁ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହିତ ଟିକାର ପରୀକ୍ଷଣକୁ ସ୍ଥଗିତ ରଖିବା ପାଇଁ ଚଳିତମାସ ୧୧ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରେ ବ୍ରିଟେନର ନିୟାମକ ସଂସ୍ଥା ଉକ୍ତ ଟିକାର ପୁନଃ ପରୀକ୍ଷଣ ଅନୁମତି ଦେଇଥିଲେ। ବ୍ରିଟେନ ପରେ ଭାରତର ଡିସିଜିଆଇ ପକ୍ଷରୁ ମଧ୍ୟ ସିରମ୍ ଇନଷ୍ଟିଚ୍ୟୁଟକୁ ଉକ୍ତ ଟିକାର ପୁନଃ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଡିସିଜିଆଇ ମହାନିର୍ଦ୍ଦେଶକ ଡ ଭି ଜି ସୋମାନି ମଙ୍ଗଳବାର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ପୂର୍ବରୁ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବନ୍ଦ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ସେ ପ୍ରତ୍ୟାହାର କରିନେଇଛନ୍ତି।

ତେବେ କେତେକ ସର୍ତ୍ତ ସହିତ ଏହି ଅନୁମତି ସିରମ୍ ଇନଷ୍ଟିଚ୍ୟୁଟ୍‌କୁ ଦିଆଯାଇଛି। ଟିକାର ପରୀକ୍ଷଣ ବେଳେ ଅଧିକ ଯତ୍ନଶୀଳ ହେବା ଏବଂ ଡିସିଜିଆଇକୁ ବିସ୍ତୃତ ତଥ୍ୟ ଦାଖଲ କରିବା ପାଇଁ କମ୍ପାନିକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe