ଭାରତରେ ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ଟପିଲା, ୨୪ ଘଣ୍ଟାରେ ୨୬,୫୦୬ ଆକ୍ରାନ୍ତ

Advertisment

ମୃତ୍ୟୁହାର କମୁଛି, ଆରୋଗ୍ୟ ହାର ବଢ଼ୁଛି

ମୃତ୍ୟୁହାର କମୁଛି, ଆରୋଗ୍ୟ ହାର ବଢ଼ୁଛି

ରାଜଧାନୀ ସ୍ଥିତି ଅସମ୍ଭାଳ: ଜିଲ୍ଲାର ୬୦% ରୋଗୀ ଭୁବନେଶ୍ୱରର

India TV News

ନୂଆଦିଲ୍ଲୀ: ଦେଶରେ ଦିନକରେ ରେକର୍ଡ ୨୬ ହଜାର ୫୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ସହିତ ଦେଶରେ କରୋନା ସଂକ୍ରମଣ ମାମଲା ୮ ଲକ୍ଷ ଅତିକ୍ରମ କରିଯାଇଛି ଏବଂ ମୃତ୍ୟୁସଂଖ୍ୟା ୨୧ ହଜାର ୬୦୪କୁ ବୃଦ୍ଧି ପାଇଛି। ସଂକ୍ରମଣ ମାମଲା ୭ରୁ ୮ ଲକ୍ଷରେ ପହଞ୍ଚିବାକୁ ମାତ୍ର ୩ ଦିନ ଲାଗିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଦେଶରେ ପୁଣି ୪୭୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ମୃତ୍ୟୁହାର କମ୍‌ ରହିଛି ଏବଂ ଆରୋଗ୍ୟ ହାର ବୃଦ୍ଧି ପାଉଛି। ଦେଶରେ କୋଭିଡ୍‌ ମୃତ୍ୟୁହାର ଏବେ ୨.୭୨ ପ୍ରତିଶତକୁ ଖସି ଆସିଛି। ଗତମାସରେ ଏହା ୨.୮୨ ପ୍ରତିଶତ ଥିଲା।

୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରାହାରିଠାରୁ ମୃତ୍ୟୁହାର କମ୍‌ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ପୁଣିଥରେ କହିଛନ୍ତି ଯେ, ଦେଶରେ ଆରୋଗ୍ୟ ହାର ୬୩ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତ ଏକ ବିଶାଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଠାରେ ଗୋଷ୍ଠୀ ସଂକ୍ରମଣ ଏଯାବତ୍‌ ଆରମ୍ଭ ହୋଇନାହିଁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି। ସେହିପରି ଦେଶରେ ଟେଷ୍ଟିଂ ବଢ଼ାଯାଇଛି। ଦେଶରେ ଦୈନିକ ୨ ଲକ୍ଷ ୭୦ ହଜାର ‌ଟେଷ୍ଟ୍‌ କରାଯାଉଛି। ତେବେ ଅଧିକ ବିପଦରେ ଥିବା ଗୋଷ୍ଠୀ ତଥା ବୟସ୍କ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କୁ ସ୍ବତନ୍ତ୍ର ଯତ୍ନରେ ରଖିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏବେ କେରଳରେ ମୃତ୍ୟୁହାର ୦.୪୧ ପ୍ରତିଶତ ଥିବାବେଳେ ଝାଡ଼ଖଣ୍ଡରେ ୦.୭୧ , ବିହାରରେ ୦.୮୨, ତେଲେଙ୍ଗାନାରେ ୧.୦୭, ତାମିଲନାଡ଼ୁରେ ୧.୩୯, ହରିୟାଣାରେ ୧.୪୮, ରାଜସ୍ଥାନରେ ୨.୧୮, ପଂଜାବରେ ୨.୫୬ ଏବଂ ଉତ୍ତରପ୍ରଦେଶରେ ୨.୬୬ ପ୍ରତିଶତ ରହିଛି। ମଣିପୁର, ନାଗାଲାଣ୍ଡ୍‌, ଦାଦ୍ରା ଏବଂ ନଗର ହାଭେଳି ଏବଂ ଡାମନ୍‌ ଡିଉ, ଆଣ୍ଡାମାନ୍‌ ନିକୋବର, ସିକ୍କିମ୍‌ରେ ମୃତ୍ୟୁହାର ଶୂନ ପ୍ରତିଶତ ରହିଛି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ପଂଜାବ, ବିହାର, ଗୁଜରାଟ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି। ଦିଲ୍ଲୀରେ ସର୍ବାଧିକ ୭୬.୮୧ ପ୍ରତିଶତ ଆରୋଗ୍ୟ ହାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ହଜାର ୧୩୮ ଜଣ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୯୫ ହଜାର ୫୧୫ରେ ପହଞ୍ଚିଛି। ଦେଶରେ ଏବେ ୨ ଲକ୍ଷ ୭୬ ହଜାର ୬୮୨ ସକ୍ରିୟ ମାମଲା ରହିଛି। ଦେଶରେ ମୋଟ୍‌ ୧୨୧୮ଟି ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌, ୨,୭୦୫ଟି ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥକେୟାର ସେଣ୍ଟର ଏବଂ ୧୦ ହଜାର ୩୦୧ କୋଭିଡ୍‌ କେୟାର ସେଣ୍ଟର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe