ଝାଡ଼ଖଣ୍ଡରେ ଦୁଇ କଂଗ୍ରେସ ବିଧାୟକଙ୍କ ଘରେ ଚଢ଼ଉ: ପୁଣି ମିଳିଲା ଟଙ୍କାର ପାହାଡ଼

Advertisment

୧୦୦ କୋଟି ଟଙ୍କାରୁ ଅଧିକ ବେଆଇନ ନେଣଦେଣ ଧରାପଡ଼ିଲା

୧୦୦ କୋଟି ଟଙ୍କାରୁ ଅଧିକ ବେଆଇନ ନେଣଦେଣ ଧରାପଡ଼ିଲା

ଝାଡ଼ଖଣ୍ଡରେ ଦୁଇ କଂଗ୍ରେସ ବିଧାୟକଙ୍କ ଘରେ ଚଢ଼ଉ: ପୁଣି ମିଳିଲା ଟଙ୍କାର ପାହାଡ଼

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ କଂଗ୍ରେସର ଦୁଇ ଜଣ ବିଧାୟକ ଏବଂ ସେମାନଙ୍କ ସହଯୋଗୀ ବ୍ୟବସାୟୀଙ୍କ ଘରେ ଆଜି ଆୟକର ବିଭାଗ ଚଢ଼ଉ କରି ୧୦୦ କୋଟି ଟଙ୍କାରୁ ଅଧିକ ବେଆଇନ ନେଣଦେଣ ଠାବ କରିଛି। ଝାଡ଼ଖଣ୍ଡର ରାଞ୍ଚି, ବେରମୋ, ଦୁମକା, ଜାମସେଦପୁର, ଚାଇବାସା, ବିହାରର ପାଟନା, ହରିୟାଣାର ଗୁରୁଗ୍ରାମ, ପଶ୍ଚିମବଙ୍ଗର କୋଲତା ସମେତ ୫୦ରୁ ଅଧିକ ଠିକଣାରେ ଚଢ଼ଉ କରାଯାଇଥିଲା। ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ଘରୁ ୨ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିବା ବେଳେ ୧୦୦ କୋଟିରୁ ଅଧିକ ଟଙ୍କାର ବେଆଇନ ନେଣଦେଣ ଧରାପଡ଼ିବା ହଇଚଇ ସୃଷ୍ଟି କରିଛି। ଯେଉଁ ଦୁଇ କଂଗ୍ରେସ ବିଧାୟକଙ୍କ ଘରେ ଚଢ଼ଉ ହୋଇଛି ସେମାନେ ହେଲେ ଜୟମଂଗଳ ଓରଫ୍‌ ଅନୁପ ସିଂହ ଏବଂ ପ୍ରଦୀପ ଯାଦବ।

ବେରମୋ ଆସନର ବିଧାୟକ ଜୟମଙ୍ଗଳ କହିଛନ୍ତି ଯେ ସେ ଆୟକର ବିଭାଗର ଯାଞ୍ଚରେ ସହଯୋଗ କରୁଛନ୍ତି। ତେବେ ବେଆଇନ ନେଣଦେଣ ନେଇ ବିଧାୟକମାନେ ମୁହଁ ଖୋଲିନାହାନ୍ତି। ଗତ ଜୁଲାଇରେ ପଶ୍ଚିମବଂଗରେ କଂଗ୍ରେସର ୩ ଜଣ ବିଧାୟକଙ୍କୁ ବିପୁଳ ନଗଦ ରାଶି ସହିତ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ଝାଡ଼ଖଣ୍ଡ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଅଣ ବିଜେପି ଶାସିତ ରାଜ୍ୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ହେଉଛି ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏହା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe