କାବୁଲ ବିମାନବନ୍ଦରରେ ମାଟ୍ଟିସ ପହଞ୍ଚିବାପରେ ଆତଙ୍କବାଦୀଙ୍କ ରକେଟ୍‌ ଆକ୍ରମଣ

କାବୁଲ ବିମାନବନ୍ଦରରେ ମାଟ୍ଟିସ ପହଞ୍ଚିବାପରେ ଆତଙ୍କବାଦୀଙ୍କ ରକେଟ୍‌ ଆକ୍ରମଣ

କାବୁଲ : ଆମେରିକା ସାମରିକ ସଚିବ ଜିମ୍‌ ମାଟ୍ଟିସ ଦୁଇ ଦିନିଆ ଭାରତ ଗସ୍ତ ସମାପନ କରି ଆଜି ଅଚାନକ୍‌ ଆଫଗାନିସ୍ତାନ ଗସ୍ତରେ ପହଞ୍ଚିଛନ୍ତି। ମାଟ୍ଟିସ ଆଫଗାନିସ୍ତାନ ରାଜଧାନୀ କାବୁଲର ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାପରେ ବିମାନବନ୍ଦରରେ ଆତଙ୍କବାଦୀଙ୍କ ପକ୍ଷରୁ ରକେଟ୍‌ ଆକ୍ରମଣ ହୋଇଥିଲା। ବିମାନ ବନ୍ଦର ନିକଟରେ ୨୦ରୁ ୩୦ଟି ରକେଟ୍‌ ଲ୍ୟାଣ୍ଡ୍‌ କରିଥିବା ଜଣାଯାଇଛି।

ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ଦେଶର ସବୁଠାରୁ ବୃହତ୍ତମ ସାମରିକ ଘାଟି ଏବଂ ଆମେରିକା ସେନାବାହିନୀ ଓ ନାଟୋର ଅନ୍ତରାଷ୍ଟ୍ରୀୟ ସୁରକ୍ଷା ସହାୟତା ବଳ ଦ୍ୱାରା ଏହାର ବ୍ୟବହାର କରାଯାଏ। ଆଫଗାନ୍‌ ଜାତୀୟ ପୁଲିସବାହିନୀ ଏଠାରେ ସୁରକ୍ଷା ଯୋଗାଇ ଦେଉଛନ୍ତି। ତେବେ ଏହି ରକେଟ୍‌ ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠି ନିଜକୁ ଦାୟି କରିନାହାନ୍ତି। ମାଟ୍ଟିସଙ୍କ ଆଫଗାନ୍‌ ଗସ୍ତରେ ସେ ଆଫଗାନ୍‌ ରାଷ୍ଟ୍ରପତି ଏବଂ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ନାଟୋ ମୁଖ୍ୟମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe