କର୍ଣ୍ଣାଟକରେ ୩୦% କୋଭିଡ୍‌ ମୃତକଙ୍କର ଅନ୍ୟ ଦୁରାରୋଗ୍ୟ ନାହିଁ

Advertisment
ୟୁରୋପ୍‌ ବ୍ୟତୀତ ସବୁ ସ୍ଥାନରେ କୋଭିଡ୍‌ ସଂକ୍ରମଣ କମୁଛି

ABC News

ବେଙ୍ଗାଲୁରୁ: ଦେଶରେ ଜାରି ରହିଥିବା ମହାମାରୀ କୋଭିଡ୍‌-୧୯ ସଂକ୍ରମଣର ଦ୍ବିତୀୟ ଲହର କର୍ଣ୍ଣାଟକ ପାଇଁ ଏକ ଚାଞ୍ଚଲ୍ୟକର ଖବର ଆଣିଛି। ମିଳିଥିବା ତଥ୍ୟାନୁଯାୟୀ, ଏଥିରେ ଆଖି ବୁଜିଥିବା ପ୍ରାୟ ୩୦ ପ୍ରତିଶତ କୋଭିଡ୍‌ ଆକ୍ରାନ୍ତ ଆଗରୁ ଅନ୍ୟ କୌଣସି ଦୁରାରୋଗ୍ୟରେ ପୀଡ଼ିତ ନଥିଲେ ବୋଲି ଜଣାଯାଇଛି। ସୁତରାଂ ସ୍ବାଭାବିକ ଭାବେ ସୁସ୍ଥ ଜୀବନଯାପନ କରୁଥିବା ଲୋକେ ହିଁ ଏପରି ମହାମାରୀର ଶିକାର ହୋଇଛନ୍ତି। ଗତ ସପ୍ତାହର ରାଜ୍ୟ କୋଭିଡ୍‌ ମୃତ୍ୟୁହାର ସମୀକ୍ଷାରୁ ମିଳିଥିବା ସୂଚନାନୁଯାୟୀ, ଆଗରୁ ଅନ୍ୟ କୌଣସି ଦୁଃସାଧ୍ୟ ରୋଗରେ ପୀଡ଼ିତ ନଥାଇ ସୁଦ୍ଧା ବେଙ୍ଗାଲୁରୁ ସହର ଓ ଅନ୍ୟ ଜିଲ୍ଲାର ପ୍ରାୟ ୫୦ ଜଣ କୋଭିଡ୍‌ ପୀଡ଼ିତ ପ୍ରତ୍ୟହ ଆଖି ବୁଜିଥିବା ଜଣାଯାଇଛି।

ସେଥିରୁ ଦ୍ବିତୀୟ ଲହର ସଂକ୍ରମଣର ଭୟାବହତା କେତେ ସାଂଘାତିକ ତାହା ସ୍ପଷ୍ଟ ହୋଇଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ତେଣୁ କେବଳ ଅନ୍ୟ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିଲେ କୋଭିଡ୍‌ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେବ ବୋଲି ରହିଥିବା ଧାରଣାକୁ ପରିହାର କରିବାକୁ ସେମାନେ ପରାମର୍ଶ କରିଛନ୍ତି। ଯେତେ ସୁସ୍ଥ ସବଳ ଥାଇ କୋଭିଡ୍‌ ଟିକା ନେଇଥିଲେ ବି ସଂକ୍ରମଣ କବଳରୁ ନିଜକୁ ଦୂରେଇ ରଖିବା ଲାଗି ନିୟମିତ ମାସ୍କ ପରିଧାନ ସମେତ ହାତ ଧୋଇବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ପରି କୋଭିଡ୍‌ ନିୟମ ଅନୁପାଳନ ଉପରେ ସେମାନେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe