ଦୈନିକ ସଂକ୍ରମଣର ୪୨% କେରଳରେ, ୪୫ ଦିନରେ କେରଳରେ ସର୍ବାଧିକ ସଂକ୍ରମଣ

Advertisment

ଜୁଲାଇ ୨୪,୨୫ରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ଜୁଲାଇ ୨୪,୨୫ରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ବେଙ୍ଗାଲୁରୁରେ ଜଟିଳ ସ୍ଥିତି: ସଂକ୍ରମଣ କମୁଛି, ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି

The Indian Express

ତିରୁଅନନ୍ତପୁରମ୍‌: ଦେଶରେ ବିଗତ ୨୪ ଘଣ୍ଟା‌ରେ ୪୨,୦୧୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩,୯୯୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ୩,୫୦୯ ପୁରୁଣା କୋଭିଡ୍‌ ମୃତ୍ୟୁକୁ ତାଲିକାରେ ଯୋଡ଼ିଛି। କେରଳରେ ଗତକାଲି ୪୫ ଦିନରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ଚିହ୍ନଟ ହୋଇଥିବା ୩୯,୭୮୫ ନୂଆ ମାମଲାରୁ ୪୨ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ କେରଳରେ ୧୬,୮୪୮ ନୂଆ ମାମଲା ଚିହ୍ନଟ ହୋଇଛି।

ଜୁନ୍‌ ୫ ପରେ ଏହା କେରଳର ସର୍ବ‌ାଧିକ ସଂକ୍ରମଣ। ଜୁନ୍‌ ୫ରେ କେରଳରେ ସଂକ୍ରମଣ ମାମଲା ୧୭,୩୨୮ ଥିଲା। କେରଳ ସରକାର ଆସନ୍ତା ୨୪ ଏବଂ ୨୫ ତାରିଖ ଦୁଇ ଦିନ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କେବଳ କେରଳ ନୁହେଁ ଉତ୍ତରପୂର୍ବ ରାଜ୍ୟମାନଙ୍କରେ ମଧ୍ୟ ସଂକ୍ରମଣ ବଢ଼ୁଛି। ମଣିପୁରରେ ଗତ ୨୪ ଘଣ୍ଟାରେ ୧୧୨୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମିଜୋରାମରେ ୮୦୬, ଅରୁଣାଚଳ‌ରେ ୫୦୮, ମେଘାଳୟରେ ୫୦୦ ଏବଂ ତ୍ରିପୁରାରେ ୪୮୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୪,୦୭,୧୭୦। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୩୦ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୭.୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଟେଷ୍ଟ୍‌ ପଜିଟିଭ୍‌ ହାର ୨.୨୭ ପ୍ରତିଶତ ରହିଛି । ଲଗାତାର ୩୦ ଦିନ ଧରି ଦେଶରେ ଟେଷ୍ଟ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ସାପ୍ତାହିକ ପଜିଟିଭ୍‌ ହାର ୨.୦୯ ପ୍ରତିଶତ। ଦେଶରେ ମୃତ୍ୟୁ ହାର ୧.୩୪ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe