କେରଳରେ କୋଭିଡ୍‌-୧୯ ସକ୍ରିୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ଠାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ

Advertisment
କେରଳରେ କୋଭିଡ୍‌-୧୯ ସକ୍ରିୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ଠାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ

Image Source: India Today

ତିରୁବନନ୍ତପୁରମ୍: ସମ୍ପ୍ରତି କେରଳରେ କୋଭିଡ୍-୧୯ ସକ୍ରିୟ ଆକ୍ରାନ୍ତ ବ୍ୟକ୍ତିଙ୍କ  ସଂଖ୍ୟା ଠାରୁ ସୁସ୍ଥ ହୋଇଥିବା ଅକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଘୋଷିତ ତଥ୍ୟରୁ ଜଣାପଡ଼ିଛି।

ସଦ୍ୟତମ ତଥ୍ୟ ଅନୁସା‌ରେ, ଏପ୍ରିଲ୍ ୧୩ ତାରିଖ ସୁଦ୍ଧା କେରଳରେ କୋଭିଡ୍‌-୧୯ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ ଥିବା ବେଳେ ସୁସ୍ଥ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୯୮ରେ ପହଞ୍ଚିଛି।

ଦେଶରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ କରିଥିବା କେରଳରେ ଏ ପର୍ଯ୍ୟନ୍ତ ୩ଜଣ ବ୍ୟକ୍ତିଙ୍କର କୋଭିଡ୍-୧୯ ସଂକ୍ରମଣଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

publive-image Image Source: The Times of India

ରବିବାର ଦିନ କେରଳର ଅର୍ଥମନ୍ତ୍ରୀ ଟୋମାସ୍ ଆଇଜାକ୍ ଟୁଇଟ୍ କରି ଜଣାଇଥିଲେ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶକୁ ଆଧାର କରି ରାଜ୍ୟ କୋଭିଡ୍-୧୯ ଗ୍ରାଫ୍‌ର ଊର୍ଦ୍ଧ୍ବମୁଖୀ ରେଖାକୁ ସମାନ୍ତରଳ ସ୍ତରକୁ ଆଣିପାରିଛି। ସଂକ୍ରମଣ ଦମନ ନିମନ୍ତେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ବିଶ୍ବର ଶୀର୍ଷସ୍ତରୀୟ ଡାକ୍ତରୀ ବିଶେଷଜ୍ଞ ଏବଂ ସରକାର ସମୂହ ପରାମର୍ଶ ଦେଇଥିଲେ।

ଏହି ସମୟ ମଧ୍ୟରେ ସଅଳ ସଂକ୍ରମଣ ଚିହ୍ନଟ, ବ୍ୟାପକ ନମୁନା ପରୀକ୍ଷା ଏବଂ କଣ୍ଟାକ୍ଟ୍ ଟ୍ରେସିଙ୍ଗ୍, ୨୮ ଦିନିଆ କ୍ବାରେଣ୍ଟିନ୍ ଜରିଆରେ କେରଳ ଏ ଭଳି ସଫଳତା ହାସଲ କରିଥିବା ଜଣାପଡ଼ିଛି।

ଜାନୁଆରି ୩୦ ତାରିଖରେ ରାଜ୍ୟରେ ଜଣେ ମାତ୍ର ବ୍ୟକ୍ତି କରୋନାଭାଇରସ୍ ଦ୍ବାରା ସଂକ୍ରମିତ ‌ହୋଇଥିବା ଜଣାପଡ଼ିଥିଲା। କ୍ରମଶଃ ସଂକ୍ରମଣ ବୃଦ୍ଧି ପାଇ ଏପ୍ରିଲ୍ ୧୩ ତାରିଖ ସୁଦ୍ଧା ୩୭୮ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe