ବିକାଶ ଏବଂ ମାଗଣା ବିଦ୍ୟୁତ୍ ଚାହୁଁଥିଲେ ଆପକୁ ଭୋଟ ଦେବେ; କେରଳରେ ଟ୍ୱେଣ୍ଟି ୨୦ ପାର୍ଟି ସହ ମେଣ୍ଟ କରିବା ପରେ କହିଲେ କେଜ୍ରିୱାଲ

ବିକାଶ ଏବଂ ମାଗଣା ବିଦ୍ୟୁତ୍ ଚାହୁଁଥିଲେ ଆପକୁ ଭୋଟ ଦେବେ; କେରଳରେ ଟ୍ୱେଣ୍ଟି ୨୦ ପାର୍ଟି ସହ ମେଣ୍ଟ କରିବା ପରେ କହିଲେ କେଜ୍ରିୱାଲ

indiaaheadnews

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ପଞ୍ଜାବରେ ଜିତିବା ପରେ କେରଳରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତ ହେଲାଣି ଆମ୍ ଆଦମୀ ପାର୍ଟି(ଆପ୍)। ଏନେଇ ଆଜି କେରଳରେ ଟ୍ୱେଣ୍ଟି ୨୦ ପାର୍ଟି ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଟ୍ୱେଣ୍ଟି ୨୦ ପାର୍ଟିର ସାବୁ ଜାକବ ରବିବାର ମେଣ୍ଟ କରିବା ନେଇ ଘୋଷଣା କରିଛନ୍ତି। ଆପ୍ ପକ୍ଷରୁ କୁହାଯାଇଛି ଯେ ଏହି ମିଳିତ ମଞ୍ଚ 'ପିପୁଲ୍ସ ୱେଲଫେୟାର ଆଲିଆନ୍ସ' ନାଁରେ ପରିଚୟ ଲାଭ କରିବ।

publive-image news18

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କେରଳର ଟ୍ବେଣ୍ଟି-୨୦ ଦଳ ସହ ମେଣ୍ଟ ଘୋଷଣା କରି ମୁଁ ଖୁସି। ସାବୁ ଜାକବ ଜଣେ ବଡ ଶିଳ୍ପପତି କିନ୍ତୁ ସେ ଏକ ଛୋଟ ପଞ୍ଚାୟତରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମିଳିମିଶି ଆମେ କେରଳକୁ ପରିବର୍ତ୍ତନ କରିବୁ। ଯଦି କେରଳର ଲୋକମାନେ ବିକାଶ ଏବଂ ମାଗଣା ବିଦ୍ୟୁତ୍ ଚାହୁଁଛନ୍ତି, ତେବେ ସେମାନେ ଆପର ମିଳିତ ମଞ୍ଚକୁ ଚୟନ କରିବା ଉଚିତ। ଯଦି ସେମାନେ ଦଙ୍ଗା ଏବଂ ଦୁର୍ନୀତି ଚାହୁଁଛନ୍ତି ତେବେ ସେମାନେ ଅନ୍ୟ ରାଜନୈତିକ ଦଳକୁ ବାଛି ପାରିବେ। ବର୍ତ୍ତମାନ କେରଳରେ ଚାରିଟି ରାଜନୈତିକ ମିଳିତ ମଞ୍ଚ ହେବ - ଏଲଡିଏଫ, ୟୁଡିଏଫ, ଏନଡିଏ ଏବଂ ଆମର ମିଳିତ ମଞ୍ଚ, ଯାହାର ନାଁ ରହିଛି 'ପିପୁଲ୍ସ ୱେଲଫେୟାର ଆଲିଆନ୍ସ' । ୧୦ ବର୍ଷ ପୂର୍ବେ ଅରବିନ୍ଦ କେଜ୍ରିୱାଲଙ୍କୁ କେହି ଜାଣି ନଥିଲେ। ଆଜି ଦିଲ୍ଲୀ ଏବଂ ପଞ୍ଜାବରେ ଆମର ସରକାର ଅଛି। ଏସବୁ ଈଶ୍ବରଙ୍କ ପାଇଁ ସମ୍ଭବ ହୋଇଛି।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ମୁଁ ୧୫ ଦିନ ଉପବାସ କରିଥିଲି, ଡାକ୍ତରମାନେ କହିଥିଲେ ମୁଁ ବଞ୍ଚିବି ନାହିଁ। କିନ୍ତୁ ଆଜି ମୁଁ ଈଶ୍ବରଙ୍କ ପ‌ାଇଁ ଆପଣଙ୍କ ପାଖକୁ ଆସିପାରିଛି। ରାଜନୀତିରେ କୌଣସି ଅଭିଜ୍ଞତା ନଥାଇ ବି ଦିଲ୍ଲୀ ଏବଂ ପଞ୍ଜାବରେ ବଡ଼ ବଡ଼ ନେତାଙ୍କୁ ହରାଇଛନ୍ତି ଆମ ପ୍ରାର୍ଥୀ। ଏହା କେବଳ ଈଶ୍ବରଙ୍କ ପାଇଁ ସମ୍ଭବ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe