କେରଳରେ କଂଗ୍ରେସ-ବାମଦଳ ପାଇଁ କର ବା ମର ସ୍ଥିତି, ପ୍ରତି ୫ ବର୍ଷରେ ସରକାର ବଦଳିବା ଧାରା ଉପରେ କଂଗ୍ରେସର ନଜର

Advertisment

ଦୁର୍ଗ ରକ୍ଷା ବାମମେଣ୍ଟ ପାଇଁ ସମ୍ମାନର ପ୍ରଶ୍ନ

ଦୁର୍ଗ ରକ୍ଷା ବାମମେଣ୍ଟ ପାଇଁ ସମ୍ମାନର ପ୍ରଶ୍ନ

କଂଗ୍ରେସର ଦୁଇଟି ଗୋଡ଼

Kashmir Reader

କୋଲକାତା: କେରଳ ବିଧାନସଭା ନିର୍ବାଚନ ଏଥର କଂଗ୍ରେସ ଓ ବାମମେଣ୍ଟ ପାଇଁ କର ବା ମର ସ୍ଥିତି ଆଣିଛି। ବାମଦଳ ନେତୃତ୍ବାଧୀନ ଏଲ୍‌ଡିଏଫ୍‌ ଏବଂ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ ମଧ୍ୟରେ ଏଥର ଲଢ଼େଇ ପୂର୍ବ ନିର୍ବାଚନ ଅପେକ୍ଷା ଭିନ୍ନ ହେବ। ଏବେ ଏଠାରେ ବିଜେପି ତୃତୀୟ ଶକ୍ତି ଭାବେ ଉଭା ହେବା ସହ ସହଯୋଗୀ ବିଡିଜେଡି, ଜିଆର୍‌ଏସ୍‌ ଏବଂ ଜିଏସ୍‌ଏଫ୍‌ ସହିତ ମଇଦାନକୁ ଓଲ୍ଲାଇବାକୁ ଯାଉଛି। ଅନ୍ୟପକ୍ଷରେ ଗତ ବିଧାନସଭା ନିର୍ବାଚନରେ ବିଜେପି ଖାତା ଖୋଲିବାରେ ସକ୍ଷମ ହୋଇଥିବା ବେଳେ ଏଥର ଏକ ବଡ଼ ଶକ୍ତି ଭାବେ ଉଭା ହେବାକୁ ଲକ୍ଷ୍ୟ ରଖି ଅଗ୍ରସର ହେଉଛି। କଂଗ୍ରେସ ଦଳ ପାଇଁ କେରଳରେ କ୍ଷମତା ଦଖଲ ଦଳକୁ ନୂଆ ଶକ୍ତି ଦେବ ବୋଲି ବିଚାର କରାଯାଉଥିବା ବେଳେ ବାମଦଳମାନେ ନିଜର ଏକମାତ୍ର ସରକାରକୁ ବଞ୍ଚାଇବା ପାଇଁ ଜୋର୍‌ଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି।

କେରଳରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳୁଥିବାରୁ ଏହି ଟ୍ରେଣ୍ଡ୍‌ ଉପରେ ଭରସା କରି କଂଗ୍ରେସ ନେତାମାନେ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି। ଏକଦା ବାମ ରାଜନୀତିର ସବୁଠାରୁ ବଡ଼ ଦୁର୍ଗ ରହିଥିବା ପଶ୍ଚିମବଂଗରେ ଏବେ ଟିଏମ୍‌ସି ଏବଂ ବିଜେପି ସର୍ବାଧିକ ପ୍ରଭାବଶାଳୀ ରାଜନୈତିକ ଶକ୍ତି ହୋଇଛନ୍ତି ଏବଂ ତ୍ରିପୁରାରେ ମଧ୍ୟ ବାମଦୁର୍ଗର ପତନ ଘଟିଛି। ବିଜେପି ଏବେ ତ୍ରିପୁରାରେ କ୍ଷମତାରେ ରହିଛି। ବାମଦଳଙ୍କ ପାଇଁ ଏବେ କେରଳ ଏକମାତ୍ର ରାଜ୍ୟ ରହିଯାଇଥିବାରୁ ଏବେ ସେମାନେ କର ବା ମର ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ବିଜେପି ବିଗତ ୨ ବର୍ଷ ମଧ୍ୟରେ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe