ମଧ୍ୟପ୍ରଦେଶରେ ତୃତୀୟ ଲହର ଆରମ୍ଭ ଆଶଙ୍କା

Advertisment
ନକଲି ପଜିଟିଭ୍‌ ରିପୋର୍ଟ ନେଇ ଖବର ପ୍ରକାଶ ପ୍ରସଙ୍ଗରେ ଜେନ୍‌-ଏକ୍ସ ଡାଇଗ୍ନୋଷ୍ଟିକକୁ କାରଣ ଦର୍ଶାଅ ନୋଟିସ୍‌

livemint.com

ଭୋପାଳ: ନାଗପୁରରେ କରୋନାର ତୃତୀୟ ଲହର ପହଞ୍ଚି ସାରିଛି ବୋଲି କିଛିଦିନ ତଳେ ମହାରାଷ୍ଟ୍ରର ମନ୍ତ୍ରୀ ନୀତିନ ରାଉତ ଦାବି କରିଥିଲେ। ଏଭଳି ସ୍ଥିତିରେ ତୃତୀୟ ଲହର ମଧ୍ୟପ୍ରଦେଶରେ ପହଞ୍ଚିଯିବା ସ୍ଥିତିରେ ରହିଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏହାର କାରଣ‌ ହେଲା ଚଳିତମାସ ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ସକ୍ରିୟ ମାମଲାରେ ୩୮ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଦେଇଛି।

ରିପୋର୍ଟ ଅନୁଯାୟୀ, ଜବଲପୁର ଜିଲ୍ଲାରେ ମଧ୍ୟପ୍ରଦେଶର ମୋଟ ସକ୍ରିୟ ମାମଲାର ୩୩ ପ୍ରତିଶତ ରହିଛନ୍ତି। ଗତ ୧୧ ଦିନ ମଧ୍ୟରେ ଏଠାରେ କରୋନା ସଂକ୍ରମଣରେ ବଡ଼ ଧରଣର ବୃଦ୍ଧି ଘଟିଛି। ୧୦୦ ପ୍ରତିଶତ ଟିକାକରଣ ନହେବା ପର୍ଯ୍ୟନ୍ତ ଆଉ ଏକ ଲହର ଆସିବାର ଭୟ ରହିଛି ବୋଲି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ-ଭୋପାଳର ନିର୍ଦ୍ଦେଶକ ଡାକ୍ତର ସରମାନ ସିଂହ କହିଛନ୍ତି। ବର୍ତ୍ତମାନ ସଂକ୍ରମଣରେ ଦେଖାଦେଇଥିବା ବୃଦ୍ଧି ତୃତୀୟ ଲହରର କାରଣ ପାଲଟି ପାରେ। ତେବେ ନୂଆ ଭାରିଆଣ୍ଟ ନଆସିଲେ ଏହା ସେତେଟା ଗୁରୁତର ପରିସ୍ଥିତି ସୃଷ୍ଟି କରିବ ନାହିଁ। ତେବେ ଲୋକମାନେ ଆଦୌଁ ଆତ୍ମସନ୍ତୁଷ୍ଟର ଭାବନା ନଆଣିବା ଆବଶ୍ୟକ। କରୋନାରୁ ରକ୍ଷା ପାଇବା ପାଇଁ ଫେସ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe