ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ରୁ ଅଧିକ ବିଧାୟକ ସଂକ୍ରମିତ

Advertisment
ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ରୁ ଅଧିକ ବିଧାୟକ ସଂକ୍ରମିତ

ମୁମ୍ବାଇ : ମହାରାଷ୍ଟ୍ରରେ ୧୦ ଜଣ ମନ୍ତ୍ରୀ ଏବଂ ୨୦ରୁ ଅଧିକ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି କହିଛନ୍ତି। ଗତକାଲି ମହାରାଷ୍ଟ୍ରର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର କରୋନା ସଂକ୍ରମିତ ହୋଇଥିବା ଘୋଷଣା କରିଥିଲେ। ଏକ ଟ୍ବିଟ୍‌ କରି ମନ୍ତ୍ରୀ ଠାକୁର ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ‌ଟେଷ୍ଟ୍‌ କରିବାପାଇଁ କହିଛନ୍ତି। ଏହାପରେ ଆଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ରାଜ୍ୟରେ ୨୦ରୁ ଅଧିକ ବିଧାୟକ ଏବଂ ୧୦ ଜଣ ମନ୍ତ୍ରୀ ସଂକ୍ରମିତ ହୋଇଥିବା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନିକଟରେ ଆମେ ବିଧାନସଭା ଅଧିବେଶନ ସମୟକୁ କମ୍‌ କରିଦେଇଥିଲୁ। ଆଗକୁ ଅଧିକ ସଂକ୍ରମଣ ବଢ଼ିଲେ କଟକଣା କଡ଼ାକଡ଼ି ହେବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ଆଜି ନୂଆ ମାମଲା ୮,୧୦୯ ରହିଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଗତକାଲି ମହାରାଷ୍ଟ୍ରରେ ୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ମୁମ୍ବାଇରେ କେବଳ ୫,୬୩୧ ସଂକ୍ରମଣ ମାମଲା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe