ମହାରାଷ୍ଟ୍ର, ୬୧% ନମୁନାରେ କରୋନାର ‌ଦ୍ବୈତ ରୂପାନ୍ତରିତ ରୂପ

Advertisment
ମହାରାଷ୍ଟ୍ର, ୬୧% ନମୁନାରେ କରୋନାର ‌ଦ୍ବୈତ ରୂପାନ୍ତରିତ ରୂପ

wallpapersafari.com

ମୁମ୍ବାଇ, ୧୪/୪ : ମହାରାଷ୍ଟ୍ରରେ ୬୧ ପ୍ରତିଶତ ନମୁନାରେ କରୋନା ଭୂତାଣୁ ଦୁଇ ଥର ରୂପାନ୍ତରିତ ହୋଇଥିବା ଜଣାପଡ଼ିଛି। ଏନ୍‌ଆଇଭି ପୁନେ ପକ୍ଷରୁ ଏ ବାବଦ ରିପୋର୍ଟ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଗତ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ୩୬୧ ନମୁନାର ସିକ୍ବେନ୍ସ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ୬୧ ପ୍ରତିଶତ ତଥା ୨୨୦ ନମୁନାରେ ଡବଲ୍‌ ମ୍ୟୁଟେସନ୍‌ ହୋଇଛି। କେନ୍ଦ୍ର ସରକାର ମଧ୍ୟ ଗତ ୨୪ ତାରିଖରେ କହିଥିଲେ ଯେ, ମହାରାଷ୍ଟ୍ରରେ ୧୫-୨୦ ପ୍ରତିଶତ ନମୁନାରେ କରୋନା ଭୂତାଣୁ ଦୁଇଥର ରୂପାନ୍ତରିତ ହେଉଥିବା ଜଣାପଡ଼ିଛି। ତେବେ ମହାରାଷ୍ଟ୍ରରେ ଅଚାନକ ସଂକ୍ରମଣ ବୃଦ୍ଧିର କାରଣ ଏହି ଡବଲ୍‌ ମ୍ୟୁଟେସନ୍‌ କି ନା’ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦ୍ବିତୀୟ ଲହରରେ ମହାରାଷ୍ଟ୍ରରେ ସଂକ୍ରମଣ ଅନ୍ୟ ଅଂଚଳ ଅପେକ୍ଷା ଅଧିକ ବ୍ୟାପକ ଓ କ୍ଷୀପ୍ର ରହିଥିବାରୁ ଦୁଇ ଥର ରୂପାନ୍ତରିତ ହେଉଥିବା ଭୂତାଣୁକୁ ନେଇ ଅଧିକ ଗବେଷଣା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe