ଗର୍ଭଧାରଣ କରିବାରେ ସମସ୍ୟା ଦେଖାଯାଉଥିବାରୁ ଏହି ବାଟ ବତାଇଲେ ଡ଼ାକ୍ତର: କହିଲେ; ‘ମୋ ଆଗରେ ଶାରୀରିକ ସଂପର୍କ ରଖ,କେଉଁଠି ଭୁଲ ରହିଛି ମୁଁ ଦେଖିବି’

Advertisment
ଶାରୀରିକ ସମ୍ବନ୍ଧ ବେଳେ କଣ୍ଡୋମ ବ୍ୟବହାର କରି ନ ଥିବାରୁ ଡାକ୍ତରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ, ଗିରଫ କଲା ପୁଲିସ

oneindia.com

ଥାନେ : ମହାରାଷ୍ଟ୍ରର ଥାନେରେ ଗର୍ଭଧାରଣ କରିବା ପାଇଁ ଦମ୍ପତିକୁ ଡ଼ାକ୍ତର ଯେଉଁ ପରାମର୍ଶ ଦେଇଥିଲେ,ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜକୁ ଡ଼ାକ୍ତର ବୋଲି କହି ଦମ୍ପତିଙ୍କ ଅସୁବିଧାର ସମାଧାନ ପାଇଁ ସେ ଦୁଇ ଜଣଙ୍କୁ ନିଜ ଆଗରେ ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ । ଏପରି କଲେ ମୁଁ ମହିଳାଙ୍କ ମଧ୍ୟରେ କ’ଣ ଅସୁବିଧା ରହିଛି ତାହା ଭଲ ଭାବରେ ଦେଖି ପାରିବି ବୋଲି ଅଭିଯୁକ୍ତ ଡ଼ାକ୍ତର କହିବା ସହ ଦମ୍ପତିଙ୍କଠାରୁ ଚିକିତ୍ସା ଆଳରେ ୧୦ହଜାର ଟଙ୍କା ହଡ଼ପ କରିଥିଲେ । ୨୦୧୬ରେ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୁକ୍ତକୁ ନିଜ ଅପରାଧ ପାଇଁ ୧୦ବର୍ଷ ଜେଲ ଏବଂ ଦମ୍ପତିଙ୍କଠାରୁ ନେଇଥିବା ୧୦ହଜାର ଟଙ୍କା ଫେରାଇବାକୁ କୁହାଯାଇଥିବା ଜଣା ପଡ଼ିଛି ।

publive-image Times of India

ସୂଚନା ମୁତାବକ, ୨୦୧୪ରେ ଯୋଗେଶ କୁପେକର ଦମ୍ପତିଙ୍କ ସଂପର୍କରେ ଆସିଥିଲେ । ଦୁଇ ବର୍ଷ ମଧ୍ୟ ସେ ଦମ୍ପତିଙ୍କ ସହ ଭଲ ଭାବରେ ମିଶିବା ସହ ଦୁହେଁ ସନ୍ତାନ ପାଇଁ କେତେ ପାଗଳ ତାହା ଜାଣିଥିଲେ । ଏହାର ଫାଇଦା ଉଠାଇବାକୁ ଯାଇ ଯୋଗେଶ ଦମ୍ପତିଙ୍କୁ ସନ୍ତାନ ଦେବାର ପ୍ରତିଶ୍ରୁତି ଦେଇ ୧୦ହଜାର ଟଙ୍କା ଠକି ନେଇଥିଲେ । କିନ୍ତୁ ଚିକିତ୍ସା କରିବାକୁ ଯିବା ପରେ ଯେଗେଶ ଦମ୍ପତିଙ୍କୁ ତାଙ୍କ ଆଗରେ ଶାରୀରିକ ସଂପର୍କ ରଖିବାକୁ କହିଥିଲେ । ଏଭଳି କଲେ ମୁଁ ତୁମ ସ୍ତ୍ରୀ ପାଖରେ ଥିବା ଅସୁବିଧାକୁ ଜାଣି ପାରିବି ବୋଲି କହିବା ପରେ ଦମ୍ପତି ସେଠାରୁ ଆସି ପୁଲିସରେ ଅଭିଯୋଗ କରିଥିଲେ । ଯାହାର ସମାଧାନ କରାଯାଇ ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡ ମିଳିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe