ମହାରାଷ୍ଟ୍ରରେ ପ୍ରତି ୩ ମିନିଟ୍‌ରେ ଜଣଙ୍କର ମୃତ୍ୟୁ

Advertisment
ଆମ୍ବତୋଳୁଥିବା ବେଳେ ଗଛରୁ ଖସିପଡ଼ି ଯୁବତୀ ମୃତ

jknewspoint.com

ମୁମ୍ବାଇ : ଦେଶରେ ସବୁଠୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଦ୍ବିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହୋଇଛି। ଏହି ରାଜ୍ୟରେ ପ୍ରତି ଘଣ୍ଟାକରେ ୨ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେଉଛନ୍ତି ଏବଂ ପ୍ରତି ୩ ମିନିଟ୍‌ରେ ଜଣଙ୍କର ମୃତ୍ୟୁ ହେଉଛି। ତଥ୍ୟ ଅନୁଶୀଳନରୁ ଏହା ଜଣାପଡ଼ିଛି ଯେ, ମହାରାଷ୍ଟ୍ରରେ ପ୍ରତି ୧ ଘଣ୍ଟାରେ ହାରାହାରି ୨,୮୫୯ ଜଣ କରୋନା ସଂକ୍ରମିତ ହେଉଛନ୍ତି। ରବିବାର ମହାରାଷ୍ଟ୍ରରେ ୬୮,୬୩୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ଏବଂ ୫୦୩ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ ସଂକ୍ରମଣ ମାମଲା ରହିଛି। ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିଥିବାରୁ ରାଜ୍ୟରେ ଏବେ କଡ଼ା କଟକଣା ଲାଗୁ କରାଯାଇଛି। ରାଜ୍ୟରେ ୧୪୪ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe