ମଣିପୁରରେ ପୁଣି ବୀରେନ୍‌ ସିଂହ ସରକାର

ମଣିପୁରରେ ପୁଣି ବୀରେନ୍‌ ସିଂହ ସରକାର

Times of India

ଇମ୍ଫାଲ୍‌: ମଣିପୁରରେ ପୁଣି ଥରେ ବିଜେପି ନେତୃତ୍ବରେ ସରକାର ଗଠନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କ ନେତୃତବରେ ବିଜେପି ସରକାର ଗଠନ ହେବା ସ୍ପଷ୍ଟ ହୋଇଯାଇଥିବା ବେଳେ ଏଥର ମଧ୍ୟ କଂଗ୍ରେସକୁ କେବଳ ନିରାଶା ମିଳିଛି। ମଣିପୁର ବିଧାନସଭାର ୬୦ ଆସନରୁ ବିଜେପି ମେଣ୍ଟ ୩୨ ଆସନରେ ବିଜୟୀ/ଆଗୁଆ ଥିବା ବେଳେ ଏନ୍‌ପିପି ୭, ଜେଡିୟୁ ୬, କଂଗ୍ରେସ ୫ ଏବଂ ଅନ୍ୟମାନେ ୧୦ଟି ଆସନରେ ବିଜୟୀ/ଆଗୁଆ ଅଛନ୍ତି। ୨୦୧୬ରେ କଂଗ୍ରେସ ଛାଡ଼ିଥିବା ଏନ୍‌ ବିରେନ୍‌ ସିଂହ ବିଜେପିରେ ଯୋଗଦେବା ପରେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏଥର ମଧ୍ୟ ବିଜେପି ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିଲା। ୨୦୧୭ରେ କଂଗ୍ରେସ ବିଜେପିଠାରୁ ଅଧିକ ଆସନ ହାସଲ କରିଥିଲେ ମଧ୍ୟ ବିଜେପି ଅନ୍ୟ ଦଳକୁ ମନାଇ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା। ମଣିପୁରରେ ଏଥର ଜେଡିୟୁ ଖାତା ଖୋଲିବା ଏବଂ ୭ ଆସନ ହାସଲ କରିବା ଦଳ ପାଇଁ ବହୁତ ବଡ଼ ସଫଳତା ବୋଲି କୁହାଯାଇଛି। ଏଥର ମଣିପୁର ନିର୍ବାଚନରେ ଏନ୍‌ପିପି ଏବଂ ଏନ୍‌ପିଏଫ୍‌ କୌଣସି ଦଳ ସହ ମେଣ୍ଟ ନକରି ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ତେବେ ମଣିପୁରରେ ଜେଡିୟୁ ତୃତୀୟ ବଡ଼ ଶକ୍ତି ଭାବେ ଉଭା ହୋଇଥିବାରୁ ଆଗକୁ ଏଠାରେ ରାଜନୈତିକ ସମୀକରଣ ବଦଳିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe