ଆଣବିକ ବୋମା ବହନକାରୀ ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ ପରୀକ୍ଷା କଲା ପାକିସ୍ତାନ

Advertisment
ଆଣବିକ ବୋମା ବହନକାରୀ ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ ପରୀକ୍ଷା କଲା ପାକିସ୍ତାନ

Image Source: Hindustan Times

ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ ପାକିସ୍ତାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ର ପରୀକ୍ଷଣ କରିଛି।

ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖପାତ୍ର ମେଜର୍‌ ଜେନେରାଲ୍‌ ଅସିଫ୍‌ ଗଫୁର ଟୁଇଟ୍‌ କରି ଜଣାଇଛନ୍ତି କି, ଉତ୍‌କ୍ଷେପଣ ସଫଳ ହୋଇଛି।

publive-image

ସାମରିକ ମୁଖପାତ୍ର କହିଛନ୍ତି ସେ ଏହି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଏକାଧିକ ପ୍ରକାରର ବୋମା ୨୯୦ କିଲୋମିଟର୍‌ ଯାଏଁ ନିକ୍ଷେପ କରିବାକୁ ସମର୍ଥ।

ସେ ଆହୁରି କହିଲେ କି, ପାକିସ୍ତାନ ରାଷ୍ଟ୍ରପତି ଅରିଫ୍‌ ଅଲ୍‌ଓ୍ଵି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଉତ୍‌କ୍ଷେପଣକାରୀ ଟିମ୍‌କୁ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପାକିସ୍ତାନ ମିଲିଟାରି ଏ ବିଷୟରେ ୩୦ ସେକେଣ୍ଡ୍‌ର ଭିଡିଓ କ୍ଲିପ୍‌ ମଧ୍ୟ ଟୁଇଟ୍‌ କରିଛି। ସେଥିରେ ମିସାଇଲ୍‌ ଉତ୍‌କ୍ଷେପଣ ଏବଂ ଉତ୍‌କ୍ଷେପଣ ପୂର୍ବରୁ ଦଳେ ସାମରିକ ଅଧିକାରୀ କ୍ଷେପଣାସ୍ତ୍ର ସାମ୍ନାରେ ପୋଜ୍‌ ଦେଇଥିବା ଦୃଶ୍ୟ ରହିଛି।

କରାଚି ନିକଟବର୍ତ୍ତୀ ସୋନ୍‌ମିଆନି ଟେଷ୍ଟ୍‍ ରେଞ୍ଜ୍‌ରୁ ମିସାଇଲ୍‌ ଉତ୍‌କ୍ଷେପଣ କରାଯିବା କଥା ବୁଧବାର ଦିନ ପାକିସ୍ତାନୀ କର୍ତ୍ତୃପକ୍ଷ ନୋଟାମ୍‌ ଜାରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe