ମିଜୋରାମରେ ୭୫ ନମୁନାରେ ୩ ପ୍ରଜାତିର କରୋନାଭୂତାଣୁ

Advertisment
ମିଜୋରାମରେ ୭୫ ନମୁନାରେ ୩ ପ୍ରଜାତିର କରୋନାଭୂତାଣୁ

ଆଇଜଲ(ମିଜୋରାମ): ମିଜୋରାମରେ ଅନିୟମିତ ଭାବେ ସଂଗୃହୀତ ୭୫ ଜଣ କୋଭିଡ୍‌ ପୀଡ଼ିତଙ୍କ ନମୁନା ଆନୁବଂଶିକ ଅନୁକ୍ରମ ପାଇଁ ପଠାଯାଇଥିବା ବେଳେ ସେଥିରେ ୩ ପ୍ରଜାତିର କରୋନାଭୂତାଣୁ ଠାବ ହୋଇଥିବା ଚିନ୍ତାର ବିଷୟ ହୋଇଛି। ମୋଟ ୧୦୦ଟି ନମୁନା ମଧ୍ୟରେ ଅତି ସଂକ୍ରମଣକ୍ଷମ ଡେଲ୍‌ଟା ପ୍ରଜାତି(ବି.୧.୬୧୭.୨)ର ୭୩ଟି ଏବଂ ୟୁକେ ବା ଆଲ୍‌ଫା ପ୍ରଜାତି(ବି.୧.୧.୭) ଓ ବିଟା(ବି.୧.୫୨୫) ପ୍ରଜାତିର ଗୋଟିଏ ଲେଖାଏଁ କରୋନାଭୂତାଣୁର ଅସ୍ଥିତ୍ବ ଥିବା ଜଣାଯାଇଛି। ଗତ ଜୁନ୍‌ ମାସରେ ଏହି ନମୁନାଗୁଡ଼ିକ ପଶ୍ଚିମବଙ୍ଗର କଲ୍ୟାଣୀ ସ୍ଥିତ ନାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋମେଡିକାଲ୍‌ ଜିନୋମିକ୍‌ସ(ଏନ୍‌ଆଇବିଏମ୍‌ଜି)କୁ ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ଏଭଳି ଡେଲ୍‌ଟା ପ୍ରଜାତିର ସିଂହଭାଗ ସାଙ୍ଗକୁ ଅନ୍ୟ ଦୁଇଟି ପ୍ରଜାତିର କରୋନାଭୂତାଣୁ ମିଳିଥିବା ଜଣାଯାଇଛି।

ଏହି ୭୩ଟି ଡେଲ୍‌ଟା ପ୍ରଜାତି ମଧ୍ୟରୁ ରାଜଧାନୀ ଆଇଜଲ୍‌ରେ ୫୬ଟି ଠାବ ହୋଇଥିବା ରାଜ୍ୟର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ଏହି ପ୍ରଜାତିର ଆବିର୍ଭାବ ରହିଥିବା ଆଶଙ୍କା କରାଯାଉଛି। ଏହା ଜଣା ପଡ଼ିବା ପରେ ରାଜ୍ୟ ସରକାର ଜନସାଧାରଣଙ୍କୁ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ନିର୍ଦ୍ଦେଶ କରିବା ସହ ରାଜ୍ୟରେ ଆଉ କୌଣସି ପ୍ରଜାତିର ଆବିର୍ଭାବ ହୋଇଛି କି ନାହିଁ ତାହା ଜାଣିବା ଲାଗି ଆବଶ୍ୟକ ପ୍ରଚେଷ୍ଟା ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe