ଇସ୍ରାଏଲ୍‌ ପ୍ରତି ଦୃଢ଼ ସମର୍ଥନ ଜଣାଇ ତେଲ୍‌ ଅଭିଭ୍‌ରେ ପହଞ୍ଚିଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

Advertisment
ଇସ୍ରାଏଲ୍‌ ପ୍ରତି ଦୃଢ଼ ସମର୍ଥନ ଜଣାଇ ତେଲ୍‌ ଅଭିଭ୍‌ରେ ପହଞ୍ଚିଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

Image Courtesy of Zee News

ତେଲ୍‌ ଅଭିଭ୍‌: ହମାସ୍‌ ଆତଙ୍କବାଦୀଙ୍କ ସହିତ ଯୁଦ୍ଧ ଚାଲିଥିବା ବ‌େଳେ ଆଜି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ଦିନିଆ ଗସ୍ତରେ ଯାଇ ଇସ୍ରାଏଲ୍‌ର ତେଲ୍‌ ଅଭିଭ୍‌ ସହରରେ ପହଞ୍ଚିଛନ୍ତି ବୋଲି ‘ବିବିସି’ ରିପୋର୍ଟ କରିଛି।

ସେଠରେ ସେ ଯଥା ଶୀଘ୍ର ସମ୍ଭବ ଗାଜାକୁ ମାନବୀୟ ସହାୟତା ଦିଆଯିବା ଉପରେ ଗୁରୁତ୍ବାରୋପ କରିବେ। ଏହାଛଡ଼ା, ଅନ୍ୟାନ୍ୟ ଆଞ୍ଚଳିକ ରାଜଧାନୀ ଗସ୍ତରେ ଯିବା ପୂର୍ବରୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ସୁନକ ଆଜି ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଭେଟିବେ।

ଯୁଦ୍ଧ ଯୋଗୁଁ ଏଯାବତ୍‌ ପ୍ରାଣ ହରାଇଥିବା ସାଧାରଣ ଜନତାଙ୍କ ପ୍ରତି ମଧ୍ୟ ସେ ‌ଶୋକ ବ୍ୟକ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଇସ୍ରାଏଲ୍‌ ଗସ୍ତ ଆଗରୁ ପ୍ରଧାନମନ୍ତ୍ରୀ ସୁନ କହିଥିଲେ, ପ୍ରତ୍ୟେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଉଛି ଗୋଟାଏ କରୁଣ କାହାଣୀ। ହମାସ୍‌ର ଭୟାବହ କାଣ୍ଡରେ ଅସଂଖ୍ୟ ଜୀବନହାନି ଘଟିଛି।

Prime Minister Rishi Sunak Image Courtesy of BBC

ସେ ଆହୁରି ମଧ୍ୟ କହିଥିଲେ ହମାସ ପଣବନ୍ଦୀ ରଖିଥିବା ଲୋକଙ୍କୁ ମୁକ୍ତ କରାଇବାକୁ ଇଂଲଣ୍ଡ ଅହର୍ନିଶ ଉଦ୍ୟମ ଚଳାଇଛି। ଇସ୍ରାଏଲ୍‌ ଉପରେ ଆକ୍ରମଣ କରାଯିବା ଘଟଣାରେ ଅନ୍ୟୂନ ୭ଜଣ ବ୍ରିଟିସ୍‌ ନାଗରିକଙ୍କର ମୃତ୍ୟୁ ଘଟିଛି ଓ ୯ଜଣ ନିଖୋଜ ଅଛନ୍ତି।

ସୂଚନାଯୋଗ୍ୟ, ହମାସ୍‌ ଆତଙ୍କବାଦୀମାନଙ୍କ ବିରୋଧରେ ଇସ୍ରାଏଲର ଯୁଦ୍ଧକୁ ସମର୍ଥନ ଜଣାଇବାକୁ ତେଲ୍‌ ଅଭିଭ୍‌ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫେରିବା ସମୟରେ ରାଷ୍ଟ୍ରପତି ବାଇଡେନ୍‌ କହିଥିଲେ, ଇସ୍ରାଏଲ୍‌ ଉପରେ ଭୟାବହ ଆକ୍ରମଣ ହୋଇଛି। କିନ୍ତୁ, ଗାଜାବାସୀଙ୍କୁ ଦୁର୍ଦ୍ଦଶାରୁ ଆଶ୍ବସ୍ତ କରିବାକୁ ଇସ୍ରାଏଲ୍‌ କିଛି ଉପାୟ କରିବା ବା ସୁଯୋଗ ଦେବା ଉଚିତ। ଏହା ନ କଲେ ବଡ଼ ଅନ୍ୟାୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe