‘ଏନ୍‌ଏସ୍‌ଇ’ ଠକେଇ ମାମଲାରେ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରରେ ଖାନତଲାସ ଚଳାଇଛି ‘ସିବିଆଇ’

Advertisment
‘ଏନ୍‌ଏସ୍‌ଇ’ ଠକେଇ ମାମଲାରେ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରରେ ଖାନତଲାସ ଚଳାଇଛି ‘ସିବିଆଇ’

Image Courtesy of Money Control

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଚ୍‌’ ସହ ସମ୍ପୃକ୍ତ ଥିବା ଠକେଇ ମାମଲାରେ ଆଜି ସକାଳେ ‘ସିବିଆଇ’ ଖାନତଲାସ ଆରମ୍ଭ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ, ମୁମ୍ବାଇ, ନଇଡ଼ା, ଗୁରୁଗ୍ରାମ ଏବଂ ଅନ୍ୟାନ୍ୟ ସହରର ସମୁଦାୟ ୧୦ଟି ସ୍ଥାନରେ ତଲାସ ଆରମ୍ଭ ହୋଇଛି।

ଦେଶର ସର୍ବବୃହତ୍‌ ଷ୍ଟକ୍‌ ଏକ୍ସଚେଞ୍ଚ୍‌ରେ ଅନିୟମିତତା ହୋଇଥିବା ଅଭିଯୋଗରେ ୨୦୧୮ରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଥିଲା। ଏହି ମାମଲା ସହ ସମ୍ପୃକ୍ତ ଥିବା ଅନ୍ୟ ଏକ ମାମଲାରେ ‘ସିବିଆଇ’ ‘ମାର୍କେଟ୍‌ ଏକ୍ସଚେଞ୍ଚ୍‌’ର ‘କମ୍ପ୍ୟୁଟର୍‌ ସର୍ଭର୍‌’ରୁ ‘ଷ୍ଟକ୍‌ ବ୍ରୋକର୍‌’ମାନଙ୍କ ନିକଟକୁ ଅନୁଚିତ ଭାବେ ସୂଚନା ପ୍ରସାରଣ କରାଯାଇଥିବା ଘଟଣାର ମଧ୍ୟ ତଦନ୍ତ କରୁଛି। ଏବଂ ଉପରୋକ୍ତ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପୂର୍ବତନ ‘ଏନ୍‌ଏସ୍‌ଇ’ ମୁଖ୍ୟ ଚିତ୍ରା ରାମକୃଷ୍ଣ।

publive-image Image Courtesy of National Herald

ଚଳିତ ସପ୍ତାହ ପ୍ରାରମ୍ଭରେ ଦିଲ୍ଲୀର ଏକ ଅଦାଲତ ପ୍ରଖ୍ୟାତ ଗାୟକ ବବ୍‌ ଡିଲାନ୍‌ଙ୍କ କଥାରୁ ଉଦ୍ଧୃତ କରି ଚିତ୍ରାଙ୍କ ଜାମିନ ନାମଞ୍ଜୁର କରି ଦେଇଥିଲେ। ଅଦାଲତ କହିଥିଲେ, ପ୍ରାଥମିକ ଅନୁସନ୍ଧାନରୁ ମନେହୁଏ, ଅଭିଯୁକ୍ତା ଚିତ୍ରା ରାମକୃଷ୍ଣ ‘ଏନ୍‌ଏସ୍‌ଇ’ର ବ୍ୟାପାରକୁ ‘ପ୍ରାଇଭେଟ୍‌ କ୍ଲବ୍‌’ର ବ୍ୟାପାର ଭଳି ଚଳାଉଛନ୍ତି। ନୋବେଲ୍‌ ପୁରସ୍କାରପ୍ରାପ୍ତ ଗାୟକ ବବ୍‌ ଡିଲାନ୍‌ ୧୯୬୪ ମସିହାର ଗୀତ ଆଲ୍‌ବମ୍‌ ‘ଇଟ୍‌ଜ୍‌ ଅଲ୍‌ରାଇଟ ମା ଆମ୍‌ ଓନ୍‌ଲି ବ୍ଲିଡିଙ୍ଗ୍‌’ର ଗୋଟାଏ ଗୀତରେ ଗାଇଥିଲେ, ଅର୍ଥ କଥା କହେ ନାହିଁ କଥା ଦିଏ। ଏହାର ଅର୍ଥ ହେଉଛି ଅର୍ଥର ଖାଲି ପ୍ରଭାବ ନାହିଁ, ଭୀଷଣ ପ୍ରଭାବ ଅଛି, ଲୋକଙ୍କୁ ପାଗଳ କରିବା ଭଳି ପ୍ରଭାବିତ କରେ ବୋଲି ଶୁଣାଣି ବେଳେ ବିଚାରପତି ସଞ୍ଜୀବ ଅଗ୍ରୱାଲ୍‌ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe