ଅନ୍ୟ ରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବଢ଼ୁଛି: ସତର୍କ ରହିବାକୁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ, ଦକ୍ଷିଣ କୋରିଆରେ ଦିନକରେ ୪ ଲକ୍ଷ ସଂକ୍ରମଣ

Advertisment
ଆଜି ବି ହଜାରେ ଉପରେ ରାଜ୍ୟରେ ଦୈନିକ ସଂକ୍ରମଣ, ୧୨୨ ଜଣ ୧୮ ବର୍ଷରୁ କମ୍ ବୟସର

YouTube

ନୂଆଦିଲ୍ଲୀ: ଚୀନ୍ ଓ ଅନ୍ୟ କେତେକ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଏ ନେଇ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାଣ୍ଡଭୀୟ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ କହିଥିଲେ। ସୂଚନା ଅନୁସାରେ ସ୍ବାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ୩ଟି ବିଷୟରେ ଧ୍ୟାନ ଦେବା ପାଇଁ କହିଥିଲେ- କୋଭିଡ୍ ମାମଲା ବୃଦ୍ଧି ନେଇ ସତର୍କ ରହିବା, ବ୍ୟାପକ ପର୍ଯ୍ୟବେକ୍ଷଣ କରିବା ଏବଂ ବ୍ୟାପକ ଜିନୋମ୍ ସିକ୍ବେନ୍ସିଂ କରିବା। ଏହି ବୈଠକରେ ଅନେକ ବରିଷ୍ଠ ଡାକ୍ତର, ସ୍ବାସ୍ଥ୍ୟ ସଚିବ, ଜୈବ ପ୍ରଯୁକ୍ତି ବିଭାଗ ସଚିବ, ଏନ୍‌ସିଡିସି ମୁଖ୍ୟ ଏବଂ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ପ୍ରମୁଖ ଉପସ୍ଥିତ ଥିଲେ।

ଚୀନ୍‌ରେ ଓମିକ୍ରନ୍‌ର ବିଏ.୨ ଭାରିଆଣ୍ଟ ଜନିତ ସଂକ୍ରମଣ ବଢ଼ିବା ସହ ଦକ୍ଷିଣ କୋରିଆ, ଜର୍ମାନୀ, ପଶ୍ଚିମ ୟୁରୋପ ଓ ଆମେରିକାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବା ନେଇ ରିପୋର୍ଟ ମିଳିଥିବାରୁ ସ୍ବ‌ାସ୍ଥ୍ୟମନ୍ତ୍ରୀ ମାଣ୍ଡବୀୟ ସେ ବିଷୟରେ ଆଲୋଚନା ଓ ପ୍ରସ୍ତୁତି ପାଇଁ ଆଜିର ବୈଠକ ଡକାଇଥିଲେ। ଦେଶରେ କୋଭିଡ୍ ମାମଲାରେ କିଛି ସପ୍ତାହ ହେଲା ଉଲ୍ଲେଖନୀୟ ଉନ୍ନତି ଘଟିଛି ସତ କିନ୍ତୁ ଓମିକ୍ରନ୍‌ର ଷ୍ଟେଲ୍‌ଥ ସବ୍‌-ଭାରିଆଣ୍ଟ ବିଏ.୨ ଯୋଗୁ ଚୀନ୍‌ରେ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଦକ୍ଷିଣ କୋରିଆରେ ଦୈନିକ ସଂକ୍ରମଣ ଏବେ ୪ ଲକ୍ଷ ଉପରେ ରହୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର କହିବା ଅନୁସାରେ ଗତ ଏକ ସପ୍ତାହ ଭିତରେ କେତେକ ଦେଶରେ ତଳମୁହାଁ ସଂକ୍ରମଣର ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe