ପାକିସ୍ତାନରେ ମହିଳା ଘରୁ ଗୋଡ଼ କାଢ଼ିଲେ ପୁରୁଷଙ୍କ ‘ମନସ୍ତାତ୍ତ୍ବିକ ହିଂସା’ର ଶିକାର ହୁଅନ୍ତି

Advertisment
ପାକିସ୍ତାନରେ ମହିଳା ଘରୁ ଗୋଡ଼ କାଢ଼ିଲେ ପୁରୁଷଙ୍କ ‘ମନସ୍ତାତ୍ତ୍ବିକ ହିଂସା’ର ଶିକାର ହୁଅନ୍ତି

ଇସଲାମାବାଦ: ଅନ୍ୟାନ୍ୟ ଦେଶ ତୁଳନାରେ ପାକିସ୍ତାନରେ ମହିଳାମାନେ ଅତ୍ୟନ୍ତ ଅସୁରକ୍ଷିତ। ଏପରିକି ଘରେ ରହୁଥିବା ମହିଳାମାନଙ୍କୁ ମଧ୍ୟ ସୁରକ୍ଷା ଦେବାରେ ପାକିସ୍ତାନ ସରକାର ସଫଳ ହୋଇପାରୁ ନାହିଁ। ଏଥିପାଇଁ ପାକିସ୍ତାନର ମହିଳାମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ସୃଷ୍ଟି ହେଲାଣି। ପାଖାପାଖି ୧୦ କୋଟି ମହିଳାଙ୍କ ମଧ୍ୟରେ ଏହି କ୍ରୋଧ ପୁଞ୍ଜୀଭୂତ ହୋଇ ରହିଛି ବୋଲି ନିକଟରେ ନ୍ୟୁୟର୍କ ଟାଇମ୍ସରେ ଇସଲାମାବାଦର ସାମ୍ବାଦିକା ଫତିମା ଭୋଜାନି ଲେଖିଛନ୍ତି। ନିକଟରେ ତାଙ୍କୁ ତାଙ୍କର ଜଣେ ୧୯ ବର୍ଷୀୟା ବାନ୍ଧବୀ ଏକ କାଫେରେ ଗୋଟିଏ କଥା କହିଥିଲେ। ତାହା ହେଲା- ସେ କାହିଁକି ବଞ୍ଚିବା ଉଚିତ ନୁହେଁ। ଏହି କଥାଟି ତାଙ୍କ ମନରେ ସବୁଦିନ ପ୍ରତିଧ୍ବନିତ ହେଉଛି। ଉବରରେ ଯାତ୍ରା କରିବା ସମୟରେ ସେ ଡ୍ରାଇଭରର ଠିକ୍‌ ପଛ ସିଟ୍‌ରେ ବସନ୍ତି। ଏହାର କାରଣ ହେଲା ଡ୍ରାଇଭର ତାଙ୍କ ଆଡ଼କୁ ଝାମ୍ପି ଆସି ପାରିବ ନାହିଁ। ଏପରିକି ସେମାନେ କଥା ହୋଇଥିଲେ ଯେ, ଯଦି ଏଭଳି ହୁଏ ତାହେଲେ ଚଳନ୍ତା କାରରୁ ଡେଇଁ ହେବ କି? ସେହିଭଳି ଛୁରି ବଦଳରେ ଗୋଲମରିଚ ଗୁଣ୍ଡ ବ୍ୟବହାର କରାଯାଇ ପାରିବ କି ବୋଲି ଉପରେ ମଧ୍ୟ ବିତର୍କ କରିଥିଲୁ।

ପାକିସ୍ତାନରେ ମହିଳାମାନେ ଘରୁ ଗୋଡ଼ କାଢ଼ିଲେ ପୁରୁଷମାନେ ସେମାନଙ୍କ ଉପରେ ନଜର ପକାଇ ଥାନ୍ତି। କାରରୁ ଓହ୍ଲାଇ ବହି ଦୋକାନକୁ ଗଲେ ମଧ୍ୟ ଅନେକ ପୁରୁଷ ଅପଲକ ନୟନରେ ଅନାଇ ରହିଥାନ୍ତି, ଯେଭଳି ଏହା ତାଙ୍କ ଦେଶର ଏକ ଗ୍ରହଣୀୟ ସଂସ୍କୃତି‌ରେ ପରିଣତ ହୋଇଛି। ଦେଶର ଜନସଂଖ୍ୟାର ଅଧେ ମହିଳା ହୋଇଥିଲେ ମଧ୍ୟ ଏହି ମାନସ୍ତାତ୍ତ୍ବିକ ହିଂସାକୁ ନେଇ ଯେଭଳି ପ୍ରତିଯୋଗିତା ଚାଲିଛି। କିଛି ଦିନ ତଳେ ବିଦ୍ୟାଳୟ ବାହାରେ ଜଣେ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ କଥାହେବା ଦେଖିବା ପରେ ତାଙ୍କ ବାପା ତାଙ୍କୁ ପିଟିଥିଲେ। ତାଙ୍କର ଜଣେ ବାନ୍ଧବୀ ଫତିମାଙ୍କୁ ଏହା କହିଥିଲେ।

ଗତ ସେପ୍ଟେମ୍ବରରେ ଲାହୋର ନିକଟରେ ଏକ ଜାତୀୟ ରାଜପଥରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଲେ। ରାତି ଗୋଟାଏରେ ତାଙ୍କ କାରର ତେଲ ସରିଗଲା। ଏ ସଂପର୍କରେ ‌ଲାହୋରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ମନ୍ତବ୍ୟ ଦେଲେ ଯେ ପୀଡ଼ିତା ଆକ୍ରମଣର ଶିକାର ହେବାର କାରଣ ହେଲା ସେ ତାଙ୍କ ସ୍ବାମୀଙ୍କ ଅନୁମତି ନନେଇ ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିଲେ। ଲାହୋର ଘଟଣା ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମନ୍ତବ୍ୟ ରଖିଥିଲେ। ରାସାୟନିକ ସାମଗ୍ରୀ ବ୍ୟବହାର କରି ନପୁଂସକ କରିଦେବାର ମନ୍ତବ୍ୟ ଇମ୍ରାନ ଦେଇଥିଲେ। ପାକିସ୍ତାନରେ ପରିବାରର ସମ୍ମାନ ପାଇଁ ମହିଳାମାନଙ୍କୁ ହତ୍ୟା କରାଯାଏ ଏବଂ ପ୍ରତିଶୋଧ ନେବା ପାଇଁ ଦୁଷ୍କର୍ମ କରାଯାଏ। ଏସବୁ କାରଣ ପାଇଁ ମହିଳା, ଶାନ୍ତି ଓ ସୁରକ୍ଷା ସୂଚୀ ୧୯୧୯-୨୦୨୦ରେ ୧୬୭ଟି ଦେଶ ମଧ୍ୟରୁ ପାକିସ୍ତାନ ୧୬୪ତମ ସ୍ଥାନରେ ରହିଛି। ପାକିସ୍ତାନ ତଳେ କେବଳ ୟେମେନ, ଆଫଗାନିସ୍ତାନ ଓ ସିରିଆ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe