୧୯୯୦ ପରଠାରୁ ପାକିସ୍ତାନରେ ୧୩୮ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି

Advertisment
୧୯୯୦ ପରଠାରୁ ପାକିସ୍ତାନରେ ୧୩୮ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି

Pakistan Today

ଇସଲାମାବାଦ୍‌: ୧୯୯୦ ପରଠାରୁ ପାକିସ୍ତାନରେ ୧୩୮ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଆଇସିଜେ (ଇଣ୍ଟରନ୍ୟାସନାଲ୍‌ ଫେଡେରେସନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ୍‌ସ) ପକ୍ଷରୁ ଗତକାଲି ଜାରି ହୋଇଥିବା ‘ହ୍ବାଇଟ୍‌ ପେପର୍‌ ଅନ୍‌ ଗ୍ଲୋବାଲ୍‌ ଜର୍ଣ୍ଣାଲିଜିମ୍‌’ରେ ୫ଟି ରାଷ୍ଟ୍ରକୁ ବିଶ୍ବରେ ସାମ୍ବାଦିକତା ପାଇଁ ସବୁଠୁ ଅଧିକ ବିପଜ୍ଜନକ ରାଷ୍ଟ୍ର ଭାବେ ବିବେଚନା କରାଯାଇଛି। ଏହି ତାଲିକାରେ ଇରାକ୍‌, ମେକ୍ସି‌କୋ, ଫିଲିପାଇନ୍ସ, ପାକିସ୍ତାନ ଏବଂ ଭାରତ ରହିଛନ୍ତି। ପାକିସ୍ତାନର ଜାତୀୟ ଗଣମାଧ୍ୟମ ଡନ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ହ୍ବାଇଟ୍‌ ପେପର୍‌ ଅନୁଯାୟୀ ଭାରତୀୟ ଉପମହାଦେଶରେ ପାକିସ୍ତାନରେ ୧୯୯୦ ପରଠାରୁ ୧୩୮ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ବେଳେ ଭାରତରେ ୧୧୬ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି।

ଏସିୟ ପ୍ରଶାନ୍ତ କ୍ଷେତ୍ରରେ ମୋଟ୍‌ ମୃତ୍ୟୁର ଏହା ୪୦ ପ୍ରତିଶତ। ୨୦୨୦ରେ ୧୫ଟି ରାଷ୍ଟ୍ର‌ରେ ୪୨ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ନେଇ ଆଇଏଫ୍‌ଜେ ରେକର୍ଡ କରିଛି। ସେହିପରି ୨୦୧୯ରେ ୪୯ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ରେକର୍ଡ କରାଯାଇଛି। ବାଲୋଚିସ୍ତାନରେ ଗତ ଜୁଲାଇ ୨୩ରେ ଜାନ୍‌ଙ୍କ ହତ୍ୟା ପରେ ବିଶାଳ ଆନ୍ଦୋଳନ ହୋଇଥିଲା। ବିଶ୍ବରେ ସର୍ବାଧିକ ୩୩୯ ଜଣ ସାମ୍ବାଦିକଙ୍କୁ ଇରାକ୍‌ରେ ହତ୍ୟା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe