ମହାମାରୀ କବଳିତ ୨୦୨୦-୨୧ରେ, ଭାରତୀୟ ରେଳବାଇ ତତ୍‌କାଳ, ପ୍ରିମିୟମ୍‌ ତତ୍‌କାଳ ଟିକେଟ୍‌ରୁ ୫୦୦ କୋଟିରୁ ଅଧିକ ଆୟ କରିଛି

Advertisment
ମହାମାରୀ କବଳିତ ୨୦୨୦-୨୧ରେ, ଭାରତୀୟ ରେଳବାଇ ତତ୍‌କାଳ, ପ୍ରିମିୟମ୍‌ ତତ୍‌କାଳ ଟିକେଟ୍‌ରୁ ୫୦୦ କୋଟିରୁ ଅଧିକ ଆୟ କରିଛି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମହାମାରୀ କବଳିତ ୨୦୨୦-୨୧ରେ ତତ୍‌କାଳ ଟିକେଟ୍‌ ଦେୟରୁ ୪୦୩ କୋଟି ଟଙ୍କା, ପ୍ରିମିୟମ୍‌ ତତ୍‌କାଳ ଟିକେଟ୍‌ରୁ ଅତିରିକ୍ତ ୧୧୯ କୋଟି ଟଙ୍କା ଏବଂ ୨୦୨୦-୨୧ ମଧ୍ୟରେ ଗତିଶୀଳ (ଡାଇନାମିକ୍‌) ଭଡାରୁ ୫୧୧ କୋଟି ଟଙ୍କା ଆୟ କରିଛି। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ହେତୁ ବର୍ଷର ଅଧିକାଂଶ ସମୟରେ ଟ୍ରେନ୍‌ ଚଳାଚଳ ସ୍ଥଗିତ ରହିଥିଲା। ତେବେ, ଏହି ତିନିଟି ବର୍ଗର ଯାତ୍ରୀମାନେ ସାଧାରଣତଃ ଶେଷ ମୁହୂର୍ତ୍ତର ଯାତ୍ରୀ ଅଟନ୍ତି ଯେଉଁମାନେ ପ୍ରିମିୟମ୍‌ ଦେୟ ଦେଇ ଜରୁରୀକାଳୀନ ଯାତ୍ରା ପାଇଁ ଏହି ସେବାଗୁଡିକର ଲାଭ ଉଠାନ୍ତି।

ମଧ୍ୟପ୍ରଦେଶର ବାସିନ୍ଦା ଚନ୍ଦ୍ର ଶେଖର ଗୌରଙ୍କ ଦ୍ୱାରା ସୂଚନା ଅଧିକାର ଆଇନ ବଳରେ ଦାଖଲ କରାଯାଇଥିବା ଏକ ଆରଟିଆଇର ଉତ୍ତରରେ ରେଳବାଇ କହିଛି ଯେ ଏହା ଗତିଶୀଳ ଭଡାରୁ ୨୪୦ କୋଟି ଟଙ୍କା, ତତ୍‌କାଳ ଟିକେଟ୍‌ରୁ ୩୫୩ କୋଟି ଟଙ୍କା ଏବଂ ୨୦୨୧-୨୧ ଆର୍ଥିକ ବର୍ଷରେ ପ୍ରିମିୟମ୍‌ ତତ୍‌କାଳ ଦେୟରୁ ସେପ୍ଟେଟର ପର୍ଯ୍ୟନ୍ତ ୮୯ କୋଟି ଟଙ୍କା ରୋଜଗାର କରିଛି।

୨୦୧୯-୨୦ ଆର୍ଥିକ ବର୍ଷରେ ଟ୍ରେନ୍‌ ଚଳାଚଳରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ଭାରତୀୟ ୋଳବାଇ ଗତିଶୀଳ ଭଡାରୁ ୧,୩୧୩ କୋଟି ଟଙ୍କା, ତତ୍‌କାଳ ଟିକେଟ୍‌ରୁ ୧,୬୬୯ ଟଙ୍କା ଏବଂ ପ୍ରିମିୟମ୍‌ ତତ୍‌କାଳ ଟିକେଟ୍‌ରୁ ୬୦୩ କୋଟି ଟଙ୍କା ରୋଜଗାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe